ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାକୁ ୨୪ ତାରିଖ ସୁଦ୍ଧା ୧୫ ହଜାର ୧୭୧ ଜଣ ପ୍ରବାସୀ ଫେରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ୪୯ଟି ଅସ୍ଥାୟୀ କ୍ୱାରେଂଟାଇନ ସେଂଟର କାର୍ଯ୍ୟ କରୁଛି । ୧୧୦୧ ଜଣ ବର୍ତମାନ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହୁଛନ୍ତି । ୧୪ ହଜାର ୭୦ ଜଣ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହି ସାରିଛନ୍ତି ।
ସେହିପରି ୧୩ ହଜାର ୪୮୧ ଜଣ ନିଜ ନିଜର କ୍ୱାରେଂଟାଇନ ଅବଧି ଶେଷ କରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ୪୭୬୩ ଜଣଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇଛି । ୪୭୧୯ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ୨୪ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ୍ ପଜିଟିଭ୍ କେସ୍ ୮୧୪ ରହିଛି । ୨୧୭ ଜଣ ବିଭିନ୍ନ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରରେ ଚିକିତ୍ସାଧିନ ରହିଛନ୍ତି । ଅର୍ଥାତ୍ ୨୧୭ ଟି ସକ୍ରିୟ ମାମଲା ରହିଛି । ୫୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଅନୁରୂପ ଭାବେ ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ ରହିଛି ।