ଗୌହାଟୀ– ପୂର୍ବୋତରରେ ସିକିମ ସହିତ ଆଠଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦ୍ରୁତ ଗତିରେ ନୂଆ କରୋନା ରୋଗୀ ମିଳୁଥିବା ଚିନ୍ତାର କାରଣ ହୋଇଛି । ପୂର୍ବୋତରରେ ସବୁଠାରୁ ଅଧିକ ମାମଲା ଆସାମରୁ ଆସୁଅଛି, ତ୍ରିପୁରା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମଣିପୁର ତୃତୀୟ ସ୍ଥାନରେ ରହିଛି ।
ପୂର୍ବୋତରରେ ଗତ ୨୪ ଘଂଟା ମଧ୍ୟରେ ୧୪୭୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯,୫୫୬ପହଂଚିଛି । ଏଥିମଧ୍ୟରୁ ୨୬,୭୨୦ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ମୋଟ ୧୨୩୭ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୧୨,୭୦୮ରୋଗୀଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ୯୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ କରୋନା ରୋଗୀ ବାହାରକୁ ଚାଲିଯାଇଛନ୍ତି ।
ଆସାମରେ ନୂଆ ରୋଗୀଙ୍କ ସଂଖ୍ୟା ୧୧୩୦ରେ ପହଂଚିଛି । ରାଜ୍ୟର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୯,୯୨୨ ହୋଇଛି । ଏଥିରୁ ୨୧,୭୬୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୦୬୨ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୮୦୮୧ ରୋଗୀଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୭୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ରୋଗୀ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି ।
ତ୍ରିପୁରାରେ ୧୦୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୩୭୮୩ ରେ ପହଂଚିଛି । ୨୧୩୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୫୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୧୬୨୪ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ଘଟିଛି । ମଣିପୁରରେ ୩୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟର ମୋଟ ରୋଗୀଙ୍କ ସଂଖ୍ୟା ୨୧୪୬ରେ ପହଂଚିଛି । ସେଥିମଧ୍ୟରୁ ୧୪୯୧ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୭୦୨ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ନାଗାଲାଣ୍ଡରେ ୬୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୨୩୯ ହୋଇଛି । ରାଜ୍ୟରେ ୫୩୭ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୭୦୨ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।
ଅରୁଣାଚଳ ପ୍ରଦେଶରେ ୬୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୦୫୬ ହୋଇଛି । ୩୯୨ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୫୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୬୬୧ ଜଣ ରୋଗୀଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି ।
ମେଘାଳୟରେ ୫୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୭ ରେ ପହଂଚିଛି । ୮୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୪୯୬ ଜଣଙ୍କର ଏବେ ସୁଦ୍ଧା ଚିକିତ୍ସା ଚାଲିଛି ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି ।
ମିଜୋରମରେ ୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨ ରେ ପହଂଚିଛି । ୧୮୩ ଜଣ ସୁସ୍ଥ ହୋଇଛନ୍ତି । ୧୪୯ ଜଣ ରୋଗୀଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ସିକ୍କିମରେ ୧୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯୦ରେ ପହଂଚିଛି । ୧୩୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୪୦ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।