ନୂଆପଡା– ନୂଆପଡା ଜିଲ୍ଲାର ପରିବା ବଜାରରେ ଟମାଟୋ ଦର ବୃଦ୍ଧି ପରେ ଏବେ ଆଲୁ ଦର ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ଆଳୁକୁ କେଜି ପ୍ରତି ୪୦ ଟଙ୍କା ଦରରେ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମହାମାରୀ କରୋନା ପରେ ପରେ ଅନେକଙ୍କ ଆୟ ବନ୍ଦ ହୋଇ ଯାଇଥିବା ବେଳେ ରାସନ ସାମଗ୍ରୀ, ପନିପରିବା ଦର ସହ ଆଲୁ ଭଳି ଅନେକ ଅତ୍ୟାବଶ୍ୟକୀୟ ଦର ଆକାଶଛୁଆଁ ହୋଇଯାଇଛି । ଏପରିସ୍ଥିତିରେ ଖାଉଟିଙ୍କୁ ଏହି ଚଢା ଦର ସମସ୍ୟାରେ ପକାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦରଦାମ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖାଉଟି ମାନେ ଦାବୀ କରିଛନ୍ତି ।
Related Stories
November 24, 2024