ନୂଆପଡା– ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅରେଡା ପଂଚାୟତର ମୋହରା ଗ୍ରାମ ଠାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ପଟେଲ ଏବଂ ମଲ୍ଲିକ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଖଡିଆଳ ପୁଲିସ ମଲ୍ଲିକ ଗୋଷ୍ଠୀର ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛି । ଆଜି ମଲ୍ଲିକ ଗୋଷ୍ଠୀର ଜୀବନ୍ୟାସ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୂର୍ବରୁ ୨ ଜଣ ଅଜିତ ମଲ୍ଲିକ ଏବଂ ଆଶିଷ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ସୂଚନାମତେ ପୂର୍ବ ଶତୃତାକୁ କେନ୍ଦ୍ର କରି ମଲ୍ଲିକ ଗୋଷ୍ଠୀର ୮ ରୁ ୧୦ ଜଣ ପୂର୍ବ ଯୋଜନା ମୁତାବକ ଧାରୁଆ ଅସ୍ତ୍ର ଟାଙ୍ଗିଆ ଏବଂ ଲୁହା ରଡ ସାହାର୍ଯ୍ୟରେ ପଟେଲ ଗୋଷ୍ଠୀର ପ୍ରାଣେଶ୍ୱର ପଟେଲ, ସନ୍ତୋଷ ପଟେଲ, ପଦ୍ମନ ପଟେଲ ଏବଂ ହେମରାଜ ପଟେଲଙ୍କୁ ଗତ ୧୮ ତାରିଖ ଶନିବାର ସକାଳ ସମୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଜଣଙ୍କ ଗୋଟିଏ ଲେଖାଏଁ ଗୋଡ ଏବଂ ହାତକୁ ଭାଙ୍ଗି ଯାଇଥିଲା ।
Related Stories
November 24, 2024
November 24, 2024