
ନୂଆପଡା– ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ପୁଟୁପଡା ନିବାସୀ କଏଁରା ବନଛୋର(୫୧) ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କର ଘର ଖଣ୍ଡିଏ ନଥିବାରୁ ତାରପୋଲିନ ଚାଳଘରେ ରହି ଆସୁଥିବା ଖବର ପ୍ରକାଶ ପରେ ପ୍ରଶାସନ ତତ୍ପରତା ପ୍ରକାଶ ଦେଖାଇଛି । ଏନେଇ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କଏଁରା ବନଛୋରଙ୍କୁ ସାମିଲ କରି କାର୍ଯ୍ୟାଦେଶ ନଂ ୭୩୩/୨୩.୦୭.୨୦୨୦ ପ୍ରଦାନ କରା ପକ୍କାଘର ନିର୍ମାଣ କରିବାକୁ ଅନୁମତୀ ଦିଆଯାଇଛି । ଫଳରେ ତାଙ୍କର ପକ୍କାଘରେ ରହିବା ସ୍ୱପ୍ନ ସାକାର ହୋଇଥିବା ନେଇ ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ପୁଟୁପଡା ଗ୍ରାମରେ କଏଁରା ବନଛୋର ନାମକ ଜଣେ ଜଣେ ମଣିଷ ଶ୍ରମିକ କାର୍ଯ୍ୟ କରି ପେଟ ପୋଷି ଆସୁଛନ୍ତି । ତାଙ୍କର ଘର ନଥିବା ବେଳେ ଅତି ଦୟନୀୟ ଭାବରେ ତାରପୋଲିନ ଚାଳଘରେ ରହି ଆସୁଥିଲେ ।