ନୂଆପଡା– ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ ପୁଟୁପଡା ଠାରେ ନିର୍ମାଣ ହେବାକୁ ଥିବା ପ୍ଲାଷ୍ଟିକ କାରଖାନା ତିଆରିକୁ ପଡାବାସୀ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି । ଏନେଇ ପଡାର ଯୁବଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ରାଜରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲା ପ୍ରଶାସନ ଏହି କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ନକଲେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ପ୍ଲାଷ୍ଟିକ କାରଖାନା ତିଆରି ହେଲେ ସ୍ଥାନୀୟ ଲୋକେ ନିଯୁକ୍ତି ସୁଯୋଗ ପାଇବେ ବୋଲି କୁହାଯାଇଛି । ତାହା ଭୁଲ ପ୍ରମାଣିତ ହୋଇଛି । ପ୍ଲାଷ୍ଟିକ କାରଖାନାରେ ୩ ଜଣ ଅଣ ତାଲିକପ୍ରାପ୍ତ ଶ୍ରମିକ, ୨ ଜଣ ଅର୍ଦ୍ଧ ତାଲିମ ଶ୍ରମିକ, ଜଣେ ମେସିନ ଚାଳକ, ଜଣେ ମ୍ୟାନେଜର, ଜଣେ ଆକାଉଣ୍ଟଷ୍ଟାଣ୍ଡ ଏବଂ ଜଣେ ସେଲସମେନ ନିଯୁକ୍ତି ପାଇବେ । ଏହି ୯ ଗୋଟି ପଦବୀରେ ୬ ଜଣ ତାଲିମପ୍ରାପ୍ତ ଯୁବକ ଆବଶ୍ୟକ ଥିବା ବେଳେ ନୂଆପଡା ଜିଲ୍ଲାରେ ତାଲିମପ୍ରାପ୍ତ ଯୁବକ ନଥିବା ଜଣାପଡିଛି । ଏନେଇ ପଡାବାସୀ ଗତ ଦିନରେ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଖଡିଆଳ ତହସିଲଦାର, ନୂଆପଡା ଜିଲ୍ଲାପାଳ ଏବଂ ପ୍ରଦୂଷଣ କଂଟ୍ରୋଲ ବୋର୍ଡଙ୍କୁ ମଧ୍ୟ ଦାବୀପତ୍ର ଦେଇ ବିରୋଧ କରିଥିବା ସୂଚନା ମିଳିଛି ।
Related Stories
November 24, 2024
November 24, 2024