
ଧର୍ମଶାଳା – ପୂର୍ବତନ ରାଜ୍ୟ ସଭ୍ୟା ସାଂସଦ ତଥା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୫ ବାର୍ଷିକ ଶ୍ରାଦ୍ଧଉତ୍ସବ ଜାରକା କଳ୍ପତରୁ ଷ୍ଟାଡିୟମଠାରେ ଅନୁÂିତ ହୋଇଯାଇଛି । କରୋନା ସଂକ୍ରମଣକୁ ନେଇ ସମାଜିକ ଦୂରତାରେ ଏହି କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ଯାଜପୁର ଜିଲାର ପୂର୍ବତନ ସାଂସଦ ରୀତା ତରାଇଙ୍କ ସମେତ ବହୁ ବରିÂ ସଭ୍ୟ, ସ୍ଥାନୀୟ ଜିଲା ପରିଷଦ ସଭ୍ୟ,ସରପଂଚ ଓ ସମିତିସଭ୍ୟସଭ୍ୟାମାନେ ଯୋଗ ଦେଇ ସ୍ୱର୍ଗତ କଳ୍ପତରୁଙ୍କ ପତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ କଳ୍ପତରୁ ନେସନାଲ ଫାଉଁଡେସନ ପକ୍ଷରୁ ଏକ ଆମ୍ବଲାନ୍ସ ପ୍ରଦାନ କରାଯାଇଥିଲା । ସମ୍ପ୍ରତି କରୋନା ଓ ପରେ ଜନସାଧାରଣର ବହୁ କାର୍ଯ୍ୟରେ ଆସିବ ବୋଲି ବିଧାୟକ ଶ୍ରୀ ବଳବନ୍ତରାୟ ପ୍ରକାଶ କରିଥିଲେ ।