କନ୍ଧମାଳ– କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବଢିବାରେ ଲାଗିଛି । ଏହାଦ୍ୱାରା ଜିଲା ପ୍ରଶାସନ ଚିନ୍ତିାରେ ଥିବାବେଳେ ଲୋକଙ୍କ ମନରେ ମଧ୍ୟ ଭୟର ବାତାବରଣ ଦେଖାଦେଇଛି । ଆଜି ପୁଣି ୩୯ ନୁଆ ପଜିଟିଭ ରୋଗୀ ଚିହ୍ନଟ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୩୫୩ ହୋଇଛି । ବର୍ତମାନ ସୁଦ୍ଧା ଜିଲାର ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତୁ୍ୟ ଘଟିଥିବା ବେଳେ ୨୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୩୯ ଜଣ ଚିକିତ୍ସାଧିନ ଅଛନ୍ତି । ଆଜିର ସଂକ୍ରମିତ ମାନଙ୍କ ମଧ୍ୟରେ ଫୁଲବାଣୀ ଅଂଚଳର ମାଷ୍ଟ୍ରପଡା ଅଂଚଳର ୪ ଜଣ,ଅମଲାପଡାର ୪ ଜଣ, ଫୁଲବାଣୀସାହିର ଜଣେ, ନୁଆଁସାହିର ଜଣେ,ପିଅନପଡାର ଜଣେ,କେନ୍ଦୁପଦରର ଜଣେ, ଗୁମାଗଡର ବାଡିସୁଗା ଗ୍ରାମର ଜଣକୁ ମିଶାଇ ମୋଟ ୧୩ ଜଣ ରହିଥିବାବେଳେ,ଦାରିଙ୍ଗବାଡିର ଜଣେ,କୋଟଗଡର ୨ଜଣ,ତୁମୁଡିବନ୍ଧର ୭ଜଣ, ଘୁ ଉଦୟଗିରିର ୨ଜଣ ଷ୍ଟାଫ୍ ନର୍ସଙ୍କୁ ମିଶାଇ ମୋଟ ୩ଜଣ,ଚକାପାଦର ବିଭିନ୍ନ ଅଂଚଳର ୯ଜଣ,ବାଲିଗୁଡାର ଜଣେ ଏବଂ ସାରଙ୍ଗଡ ଅଂଚଳର ୨ଜଣ ରହିଥିବା ଜଭଣପଡିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ସମଗ୍ର କନ୍ଧମାଳ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛି ପ୍ରଶାସନ । ସେହିପରି ପୁର୍ବରୁ ଫୁଲବାଣୀ, ଟିକାବାଲି, ବାଲିଗୁଡା, ରାଇକିଆ ଆଦି ଅନେକ ବ୍ଲକର ଅନେକ ଅଂଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବାବେଳେ ଏହି ସବୁ କଣ୍ଟେନମେଣ୍ଟ ଅଂଚଳର କିଛି ବାହ୍ୟ ଅଂଚଳକୁ ବଫର ଜୋନ୍ ମଧ୍ୟ ଘୋଷଣା କରିଛି ପ୍ରଶାସନ । ସେହିପରି ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଘରେ ରହିବା ସହ କୌଣସି ଜରୁରୀ କାମରେ ବାହାରକୁ ଆସିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।