କୈଳାସ ଚନ୍ଦ୍ର ପଣ୍ଡା, ପୁରୀ- ବିଗତ କିଛିଦିନ ଧରି ପଞ୍ଚସଖାଙ୍କ ଶାନ୍ତିପ୍ରିୟ ସତ୍ୟବାଦୀ ଅଶାନ୍ତ ହୋଇପଡିଅଛି । ଏହାର କିଛି ସତ୍ୟତମ ଉଦାହରଣ ଆପଣଙ୍କ ଅବଗତି ନିମନ୍ତେ ଉପସ୍ଥାପିତ କରୁଅଛୁ। (୧) ବିଗତ ଜୁଲାଇ ମାସ ୧୦ ତାରିଖ ରାତି ୧୧ଟା ସମୟରେ କଣାସ ବଜ଼ାର (ଯାହାକି ଥାନାଠାରୁ ୨୦୦ ମିଟର ଦୂରେ ଅବସ୍ଥିତ ), ମଦ ମାଫିଆ ସଞ୍ଜୟ ଭୋଳ ଯେକି ପୂର୍ବରୁ ଏକ ହତ୍ୟାକାଣ୍ଡରେ ଜଡ଼ିତ ଅଛନ୍ତି ଏବଂ ବିଧାୟକଙ୍କ ପାଖ ଲୋକ ଶଶାଙ୍କ ପ୍ରଧାନ, ରୂପକ ପ୍ରଧାନ,ବଳିଆ ଜେନା, ଏବଂ ଗଣେଶ ପ୍ରଧାନଙ୍କୁ ଅନ୍ୟ କିଛି ଅସାମାଜିକ ଲୋକଙ୍କ ସହ ମିଶି ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣିଲେ ଯାହାର କି କଣାସ ଥାନା କେସ୍ ନଂ ୧୧୦/୨୦୨୦ ଏବଂ ଜି.ଆର କୋର୍ଟ ନ ୧୮୫୪ /୨୦୨୦ କିନ୍ତୁ ଦୀର୍ଘ ଦିନ ପରେ ମଧ୍ୟ ମୂଖ୍ୟ ଆସାମୀମାନଙ୍କୁ ଗିରଫ କରାଯାଇପାରି ନାହିଁ ଏବଂ ସେମାନେ କଣାସ ବଜାରରେ ଦିନ ଦ୍ବିପ୍ରହରରେ ଆତଙ୍କରାଜ ସୃଷ୍ଟି କରୁଅଛନ୍ତି। (9) ଗତ ବୁଧବାର ୨୨ ତାରିଖରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମରେ ସତ୍ୟବାଦୀ ବିଧାୟତାଙ୍କ ଗୁଣ୍ଡାଗିରି ଏବଂ ଅଶାଳୀନ ମନ୍ତବ୍ୟ ଉପରେ T.V Channel ପ୍ରସାରିତ କରିଥିବାରୁ ଉକ୍ତ ‘T.V Channel ର ସାମ୍ବାଦିକଙ୍କୁ ଶୁକଳ ପଞ୍ଚାୟତର BJD Nominee ଜଳନ୍ଧର ସେଠି ମରଣାତ୍ମକ ଆକ୍ରମଣ କଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
(୩) ବିଗତ ନଭେମ୍ବର ୨୦୧୯, ୯ ତାରିଖରେ ରାଜନୈତିକ ଆକ୍ରୋଶ ରଖି ଏବଂ ବିଧାୟକଙ୍କ ପ୍ରରୋଚନାରେ ବିଜେଡିର ଗୁଣ୍ଡାବାହିନୀ ହାରି ଯାଇଥିବା ସମିତି ସଭ୍ୟ ନୀଳକଣ୍ଠ ଛୁଆଳସିଂଙ୍କ ନେତୃତ୍ବରେ ବିଜେପି ର ଅର୍ଜୁନ ବୈରିରଞ୍ଜନଙ୍କୁ ହାଣି ଦେଇଛନ୍ତି । ଯାହାକି କଣାସ ପି.ଏସ୍ କେସ୍ ନଂ ୧୨୬/୨୦୧୯ ହୋଇଛି । କିନ୍ତୁ ଉକ୍ତ କେସ୍ ରେ ସମସ୍ତ ମୁଦାଲାଙ୍କୁ ଗିରଫ କରାଯାଇନାହିଁ ଏବଂ ଫଳରେ ସେମାନେ ଦିନ ଦ୍ବିପ୍ରହରରେ ଗଡ଼ସାନପୁଟ ଫଚାୟତର ଛୋଟିଯୋଡି ଗ୍ରାମରେ ଆତଙ୍କ ରାଜ କରିଅଛନ୍ତି । ଏବଂ ଗିରଫ ହୋଇଥିବା ବ୍ୟକ୍ତିମାନେ ବେଲରେ ଆସି ପୁର୍ନବାର ବିଶ୍ବରଂଜନ ରଣସିଂଙ୍କୁ ହାଣି ଫେରାର ଅଛନ୍ତି । ଉକ୍ତ କେସ୍ ର କେସ୍ ନଂ – ୮ ୭/୨ ୦ ୨୦ (୪)ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଗଡବଳରାମପୁର ଫଚାୟତରେ ଏକ କେନାଲ କାମର ମାନ( quality) ନେଇ କିଛି ସ୍ଥାନୀୟ ଅଧିବାସୀ ବିରୋଧ କରିବାରେ ଉକ୍ତ ଅଂଚଳର ସମିତି ସଭ୍ୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତାଙ୍କୁ ଫୋନରେ ବିରୋଧ କରୁଥିବା ଲୋକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଏବଂ ମାଡ ମାରି ଗୋଡହାତ ଭାଙ୍ଗି ଦେବା ଏବଂ ଜୀବନରେ ମାରିଦେବା ପାଇଁ ନିର୍ଦ୍ଦେଶ ଦେବାର ଏକ ଭି.ଡି.ଓ ବହୁଳ ଭାବରେ Social Media ରେ ପ୍ରସାରିତ ହେଉଛି। ଉପରୋକ୍ତ କିଛି ଘଟଣା ବାଦ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଟି ଥାନା ବଳଙ୍ଗା, କଣାସ, ଏବଂ ଗଡ଼ିଶାଗଦାରେ ରାଜନୈତିକ ଆକ୍ରୋଶ ଏବଂ ହିଂସାକାଣ୍ଡ ବହୁଳଭାବେ ଘଟୁଥିବା ଯୋଗୁ ଉକ୍ତ ଶାନ୍ତ ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇପଡିଛି |ଏଣୁ ଦୟାକରି ବିଧାୟକଙ୍କ ଉପରୋକ୍ତ ପ୍ରସାରିତ ଫୋନର forensic Laboratory ଯାଞ୍ଚ କରାଯାଇ ବିଧାୟକ ଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ | ପୁରୀଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଆଶ୍ରିତ ପଟ୍ଟନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଧାୟକ ବ୍ରହ୍ମଗିରି ), ଓମ ପ୍ରକାଶ ମିଶ୍ର (ସତ୍ୟବାଦୀ ), ଜୟନ୍ତ କୁମାର ଷଡ଼ଙ୍ଗୀ (ବିଧାୟକ ପୁରୀ ), ପ୍ରମୁଖ ଉପସ୍ଥିତ ରହି ଏଭଳି ଲିଖିତ ଅଭିଯୋଗ ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ|