-
ବର୍ତ୍ତମାନ ସୁଦ୍ଧା 1.5 କୋଟିରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷା
ନୂଆଦିଲ୍ଲୀ-ଏପର୍ଯ୍ୟନ୍ତ 1,54,28,170 କୋଭିଡ-19 ନମୁନା ପରୀକ୍ଷା କରାଯାଇଛି । କେବଳ ଗତ 24 ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ 3,52,801 ନମୁନା ପରୀକ୍ଷା କରାଯାଇଛି ।
ସେହି ଅନୁସାରେ ଦେଶରେ ଏବେ 10 ଲକ୍ଷ ଜନସଂଖ୍ୟାରେ 11179.83 ନମୁନା ପରୀକ୍ଷା କରାଯାଉଛି, ଯାହା ପରୀକ୍ଷାଗାରର ବ୍ୟାପକ ବୃଦ୍ଧି ଯୋଗୁଁ ସମ୍ଭବ ହୋଇପାରିଛି ।
ବର୍ତ୍ତମାନ ସୁଦ୍ଧା 1290ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟ ଯୋଗୁଁ ବିଭିନ୍ନ ପଦ୍ଧତିରେ ଏହି ପରୀକ୍ଷଣ ହେଉଛି । ଆଇସିଏମଆର ଦ୍ଵାରା ସ୍ଵୀକୃତ ଆରଟି-ପିସିଆର ପରୀକ୍ଷାଗାର ଅତ୍ୟାଧୁନିକ ନମୁନା ପରୀକ୍ଷଣରେ ମୁଖ୍ୟ ଆୟୁଦ୍ଧ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସରକାରୀ କ୍ଷେତ୍ରରେ 897 ଓ ଘରୋଇ କ୍ଷେତ୍ରରେ 393ଟି ପରୀକ୍ଷାଗାର କାର୍ଯ୍ୟ କରୁଛି ।