ଭଦ୍ରକ – ପରାଧୀନ ଭାରତକୁ ସ୍ବାଧୀନତା ଆଣିବାରେ େଯଉଁମାନେ ନିଜ ଲୁହ ଲୋହୁ ଢାଳି ସମଗ୍ର ଭାରତବାସୀଙ୍କୁ ସ୍ବାଧୀନତା ଆଣି ଦେଇଥିଲେ। ସେମାନେ ହେଉଛନ୍ତି ଏ ମାଟିର ବୀରପୁତ୍ର ତଥା ସ୍ବାଧୀନତା ସଂଗ୍ରାମୀ େଯଉଁମାନଙ୍କ ପାଇଁ ଗର୍ବ ଅନୁଭବ କରେ ଏ ଓଡ଼ିଶା ମାଟି। ସେହି ଦେଶପ୍ରେମୀ ମାନଙ୍କର ତ୍ୟାଗ ବଳିଦାନକୁ ଦୃଷ୍ଟିରେ ରଖô ଭାରତ ସରକାରଙ୍କ ତରଫରୁ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ପକ୍ଷରୁ ପୁରସ୍କୃତ ହେବାକୁ ଥିବା ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ଯରୁ ଭଦ୍ରକ ଜିଲାର ଧାମନଗର ବ୍ଲକ୍ରୁ ତିନିଜଣ ସଂଗ୍ରାମୀଙ୍କୁ ପୁରସ୍କୃତ କରାଯିବ। ସେମାନେ ହେଲେ ଧୁଷୁରୀ ପଂଚାୟତର ରାମହରି ଗୋସ୍ବାମୀ, ଗୌରୀଶ୍ୟାମ ଗୋସ୍ବାମୀ ଓ ବୟାଙ୍ଗଡିହ ପଂଚାୟତ କମାରବନ୍ଧର ବ୍ରଜକିଶୋର ରାଉତଙ୍କୁ ପୁରସ୍କୃତ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କରୋନା କଟକଣା ପାଇଁ ଏହି ପୁରସ୍କୃତ ଉସôବ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସେ ଦୃଷ୍ଟିରୁ ଭଦ୍ରକ ଜିଲା ପ୍ରଶାସନ ତରଫରୁ ଜିଲାପାଳଙ୍କ ଦ୍ବାରା ଅଗଷ୍ଟ ୯ ତାରିଖରେ ମନୋନୀତ ସ୍ବାଧୀନତା ସଂଗ୍ରାମୀଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରଦାନ କରିବା ସହ ସଂଗ୍ରାମୀ ମାନଙ୍କୁ ସମ୍ବଦ୍ର୍ଧିତ କରିବାକୁ କେନ୍ଦ୍ର ସରକାର ଜିଲା ପ୍ରଶାସନକୁ ନିଦ୍ର୍ଧେଶ ଦେଇଛନ୍ତି। ସାରା ଓଡ଼ିଶାରେ ରାଷ୍ଟ୍ରପତି ୧୦ ଜଣଙ୍କୁ ମନୋନୀତ କରିଥିବାବେଳେ ଭଦ୍ରକ ଜିଲା ଧାମନଗର ବ୍ଲକ୍ର ସହୀଦ ପବିତ୍ର ମାଟିରୁ ତିନି ଜଣ ସ୍ବାଧୀନତା ସଂଗ୍ରାମୀ ମନୋତୀ ହେଇଥିବାରୁ ଧାମନଗର ଅଂଚଳ ପାଇଁ ଗର୍ବ ଗୌରବର ବିଷୟ ପାଳଟିଛି।