କେନ୍ଦ୍ରାପଡା -କେନ୍ଦ୍ରାପଡା ଜିଲ୍ଲାକୁ ୟୁରିଆ ସାର ଆବଶ୍ୟକୀୟ ଠାରୁ କମ୍ ଯୋଗାଣ ହୋଇ ଥିବାରୁ ବଳଦେବଜୀୟୁ ଫର୍ଟିଲାଇଜରର୍ସ ଡିଲରସ୍ ଆସୋସେସନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ସାରଦ ଧାନଚାଷ ପାଇଁ ୟୁରିଆ ସାର ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସାର ଯେତିକି ପରିମାଣରେ ଚାଷୀମାନଙ୍କୁ ଯୋଗାଇବା କଥା ଚଳିତ ବର୍ଷ ତାହା ଢେର ପରିମାଣର କମ୍ ଡିଲର ମାନଙ୍କୁ ଯୋଗାଇ ଦିଆ ଯାଇଛି । ଫଳରେ ଡିଲର ମାନେ ଆବଶ୍ୟକୀୟ ପରିମାଣର ୟୁରିଆ ସାର ଚାଷୀ ମାନଙ୍କୁ ଯୋଗାଇ ପାରୁ ନାହାନ୍ତି । ଏନେଇ ଜିଲ୍ଲାପାଳଙ୍କୁ ସଂଘର କର୍ମକର୍ତା, ନିର୍ମଳ କୁମାର ନାୟକ, ପ୍ରତାପ ମୋହନ ସାହୁ, ବିମଳ କୁମାର ପଣ୍ଡା, ଜ୍ୟୋତି ରଞ୍ଜନ ସାହୁ, ମଞ୍ଜୁଶ୍ରୀ ସ୍ୱାଇଁ ପ୍ରମୁଖ ସାର ଅଧିକ ପରିମାଣରେ ଯୋଗାଇ ଦେବାପାଇଁ ଦାବି କରିଛନ୍ତି ।
Related Stories
November 24, 2024
November 24, 2024