
ସାନଖେମୁଣ୍ଡି: ପୋଡ଼ାମାରି ପଞ୍ଚାୟତ ବିଜୁ ଯୁବ ବାହିନୀ ,ଗ୍ରାମ ମଙ୍ଗଳ ସମିତି ଓ ଆମ ଓଡିଶା ରକ୍ତଦାନ ଅଭିଯାନ ଆନୁକୂଲ୍ୟରେ ପୋଡ଼ାମାରି ସ୍ଥିତ ପୂର୍ତ୍ତଡାକବଙ୍ଗଳା ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଅଛି l ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଦ୍ୱାରା ଉଦଯାପିତ ଏହି ରକ୍ତଦାନ ଶିବିରରେ ପ୍ରମୁଖ ଅତିଥି ଭାବେ ମଙ୍ଗଳ ସମିତି ଉପଦେଷ୍ଟା ଶ୍ରୀ ହାଡିବନ୍ଧୁ ଚୌଧୁରୀ, ଭାସ୍କର ପାଢ଼ୀ, ପ୍ରଭାକର ସାହୁ,ଚନ୍ଦ୍ରଧ୍ୱଜ୍ ସିଂଙ୍କ ସହିତ ଯୁବ ବାହିନୀ ସଭାପତି ଇନ୍ଦ୍ର ପ୍ରଧାନ,ସଂପାଦକ ସାଗର ଗୋୖଡ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଆୟୋଜିତ ରକ୍ତଦାନ ଶିବିରରେ ପ୍ରତିକୂଳ ପାର୍ଶ୍ୱ ସତ୍ତ୍ୱେ ଧାର୍ଯ୍ୟ ଲକ୍ଷରୁ ଅଧିକ ପରିମାଣ ତଥା 112 ୟୁନିଟ ରକ୍ତ ସଂଗୃହିତ ହୋଇଅଛି l ଅନୁଷ୍ଠିତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରେଡ୍କ୍ରସ ପକ୍ଷରୁ ଡା-ରଶ୍ମିତା କୁମାରୀ ପାଣିଗ୍ରାହୀ,ପ୍ରଦୀପ କୁମାର ସୁବୁଦ୍ଧି,ସୁଶାନ୍ତ କୁମାର ପାଣିଗ୍ରାହୀ,ରାମ ହରି ପଣ୍ଡା,ଭଗବାନ ପଣ୍ଡା,ପ୍ରମୁଖ ପରିଚାଳନା କରିଥିବା ବେଳେ ଆମ ଓଡିଶା ସଂଯୋଜକ ବାସନ୍ତ କୁମାର ପଣ୍ଡା,ପ୍ରଶାନ୍ତ କୁମାର ତ୍ରିପାଠୀ,ସହଯୋଗ କରିଥିଲେ l ଯୁବ ବାହିନୀ ସଦସ୍ୟ ଟିକି ବିଶୋୟି, ଶତ୍ରୁଘ୍ନ ଜେନା,ବଳରାମ ସାହୁ ପ୍ରମୁଖ ପରିଚାଳନା ଗତ ସହାୟତା କରିଥିଲେ l
ରିପୋର୍ଟ-ପ୍ରଫୁଲ ସାବତ