-
୨୪ଘଣ୍ଟାରେ ୫୪୦ ସଂକ୍ରମିତ, ୫ମୃତ, ୪୦୭ ସୁସ୍ଥ
ବ୍ରହ୍ମପୁର: କରୋନା ସଂକ୍ରମିତରେ ଗୋଟିଏ ଦିନରେ ସର୍ବାଧଖ ଆକ୍ରାନ୍ତ ଓ ସର୍ବାଧିକ ସୁସ୍ଥ ହୋଇ ରେକର୍ଡ କରିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ଗୋଟିଏ ଦିନରେ ୫୪୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୭ଜଣ ସୁସ୍ଥ ହୋଇଛନ୍ତି ଓ ୫ଜଣଙ୍କ ମୃତ୍ୟୁ ହୋଇଛି । ଗତ ୬ତାରିଖ ଠାରୁ ପ୍ରତ୍ୟହ ୨୦୦ରୁ ଊର୍ଦ୍ଧ୍ୱ ନୂଆ କରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେଉଥିବା ବେଳେ ବୁଧବାର ୩୭୧ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଗୁରୁବାର ସେହି ରେକର୍ଡକୁ ମଧ୍ୟ ଅତିକ୍ରମକରି ଜିଲ୍ଲାରେ ୫୪୦ଜଣ ଚିହ୍ନଟ ହୋଇଛନ୍ତି । ଗୁରୁବାର ଜିଲ୍ଲାରେ କରୋନାରେ ୫୧ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧, ୬୩, ୬୯ ଓ ୫୭ବର୍ଷୀୟ ୪ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ମୋଟ ୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ଗୁରୁବାର ୪୦୭ଜଣ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ଏହି ୨୩ଦିନ ମଧ୍ୟରେ ୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୫୩୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୭୨ରେ ପହଁଚିଛି । ଏଥିମଧ୍ୟରେ ୬୭ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଗୁରୁବାର ୫୪୦ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୫୪ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ଫେରନ୍ତା ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୪୮୪ଜଣ ରହିଛନ୍ତି । ୫୪ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଲଗୁଣ୍ଠା ୨, ବେଗୁନିଆପଡା ୪, ବିଏମ୍ସି ୪, ଭଞ୍ଜନଗର ୨, ବୁଗୁଡା ୩, ଛତ୍ରପୁର ୨, ଚିକିଟି ୧, ହିଞ୍ଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୨, କବିସୂର୍ଯ୍ୟନଗର ୫, ଖଲ୍ଲିକୋଟ ୧, କୁକୁଡାଖଣ୍ଡି ୪, ପୋଲସରା ୫, ପୁରୁଷୋତ୍ତମପୁର ୪, ସାନଖେମୁଣ୍ଡି ୧, ଶେରଗଡ ୧ ଓ ସୋରଡା ବ୍ଲକ୍ରୁ ୭ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଫେରନ୍ତା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଆସିକା ଓ ଜଗନ୍ନାଥପ୍ରସାଦ ବ୍ଲକ୍ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ୪୮୪ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୧୪, ବେଗୁନିଆପଡା ୨୭, ବେଲଗୁଣ୍ଠା ୧୩, ବିଏମ୍ସି ୧୧୮, ଭଞ୍ଜନଗର ୨୪, ବୁଗୁଡା ୧୬, ଛତ୍ରପୁର ୧୬, ଧରାକୋଟ ୨, ଚିକିଟି ୯, ଦିଗପହଣ୍ଡି ୪, ଗଞ୍ଜାମ ୧୨, ହିଞ୍ଜିଳିକାଟୁ ୨୭, ଜଗନ୍ନାଥପ୍ରସାଦ ୫, କବିସୂର୍ଯ୍ୟନଗର ୧୯, ଖଲ୍ଲିକୋଟ ୨୩, କୁକୁଡାଖଣ୍ଡି ୬୨, ପୋଲସରା ୧୯, ପୁରୁଷୋତ୍ତମପୁର ୨୩, ରଙ୍ଗେଇଲୁଣ୍ଡା ୧୫, ସାନଖେମୁଣ୍ଡି ୩, ଶେରଗଡ ୧୭, ସୋରଡା ବ୍ଲକ୍ରୁ ୧୫ ଓ ଅନ୍ୟାନ୍ୟ ଜଣେ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୬୯୦୨ରେ ପହଞ୍ôଚଥିବା ବେଳେ ୭୨ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଗୁରୁବାର ୪୦୭ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୪୪୮୩ରେ ପହଂଚିଛି । ଜିଲ୍ଲାରେ ଏବେ ୨୧୬୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।