Related Stories
November 23, 2024
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି । ତେଣୁ ବ୍ରହ୍ମପୁରସ୍ଥିତ ଏମ୍କେସିଜିର ଶିଶୁରୋଗ ବିଭାଗରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍ଥ ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ଏଥିରେ ୨୦ଟି ଆଇସିୟୁ ସହ ଅକ୍ସିଜେନ ସହିତ ବେଡ୍ ରହିବ । ଏହାର କାର୍ଯ୍ୟ ଜୋରଦାରରେ ଚାଲୁ ରହିଛି । ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ପରିଦର୍ଶନ କରିଥିଲେ । ଜିଲ୍ଳାପାଳଙ୍କ ପରିଦର୍ଶନ ବେଳେ ଏମ୍କେସିଜି ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ, ସହକାରୀ ଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ଅମିତାଭ ମହାନ୍ତି ଓ ରଶ୍ମିରଞ୍ଜନ ପୁହାଣଙ୍କ ସମେତ ଶିଶୁରୋଗ ବିଭାଗର ମୁଖ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।