ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୫୪୦ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୯୦୨ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୩୭, ବାଲେଶ୍ୱର ଜିଲ୍ଲାରେ ୭୬୩, ବରଗଡ ଜିଲ୍ଲାରେ ୩୨୩, ଭଦ୍ରକ ଜିଲ୍ଲାରେ ୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୯୮. ବୌ ଦ୍ଧ ଜିଲ୍ଲାରେ ୮୨, କଟକ ଜିଲ୍ଲାରେ ୧୪୩୧, ଦେବଗଡ ଜିଲ୍ଲାରେ ୬୯, ଢେଙ୍କାନାଳ ଜିଲ୍ଲାରେ ୧୫୦. ଗଜପତି ଜିଲ୍ଲାରେ ୮୧୬, ଜଗତସିଂହପୁର ଜିଲ୍ଲାରେ ୬୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୦୬୦, ଝାରସୁଗୁଡା ଜିଲ୍ଲାରେ ୨୬୩, କଳାହାଣ୍ଡି ଜିଲ୍ଲାରେ ୧୦୯, କନ୍ଧମାଳ ୨୯୭, କେନ୍ଦ୍ରାପଡା ଜିଲ୍ଲାରେ ୩୯୭, କେନ୍ଦୁଝର ଜିଲ୍ଲାରେ ୪୬୩, ଖୋର୍ଧା ଜିଲ୍ଲାରେ ୨୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୮୧, ମାଲକାନଗିରି ଜିଲ୍ଲାରେ ୩୭୨, ମୟୁରଭଂଜ ଜିଲ୍ଲାରେ ୪୯୯. ନବରଙ୍ଗପୁର ଜିଲ୍ଲାରେ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୧୦, ନୂଆପଡା ଜିଲ୍ଲାରେ ୧୦୧, ପୁରୀ ଜିଲ୍ଲାରେ ୪୬୬, ରାୟଗଡା ଜିଲ୍ଲାରେ ୪୨୨. ସମ୍ବଲପୁର ଜିଲ୍ଲାରେ ୨୩୪. ସୁବର୍ଣପୁର ଜିଲ୍ଲାରେ ୬୪ ଓ ସୁନ୍ଦରଗଡ ଜିଲ୍ଲାରେ ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।