ଭୁବନେଶ୍ୱର – ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ ହାଇସ୍କୁଲର ୧୯୮୦ ବ୍ୟାଚ୍ ଛାତ୍ର ସଂସଦ “କ୍ୟାପିଟାଲ-୮୦” ତରଫରୁ କୋଭିଡ୍-୧୯ ମୁକାବିଲା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଜରିଆରେ ଏହି ଅର୍ଥ ଆଜି ଚେକ୍ ମାଧ୍ୟମରେ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ଛାତ୍ର ସଂସଦର ସଭାପତି ଇଂଜିନିୟର ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଏହି ଚେକ୍ ପ୍ରଦାନ ସମୟରେ ସଂଘର ଉପ ସଭାପତି ଶ୍ରୀ ଶିବ ପ୍ରସାଦ ଦାସ ଏବଂ ଶ୍ରୀ ଜ୍ଞାନ ରଞ୍ଜନ ସେନାପତି, ସାଧାରଣ ସମ୍ପାଦକ ଶ୍ରୀ ବୈକୁଣ୍ଠ ତ୍ରିପାଠୀ, ସଦସ୍ୟ ଶ୍ରୀ ଶିବ ପାତ୍ର ଓ ଶ୍ରୀ ଭଗବାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଏହି ସଂଘର ସଦସ୍ୟମାନେ ଦୀର୍ଘ ୫ ବର୍ଷ ଧରି ବିଭିନ୍ନ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ନିଜ ବିଦ୍ୟାଳୟରେ ଶିକ୍ଷାର ବିକାଶ ପାଇଁ ସର୍ବଦା ସହଯୋଗ ପ୍ରଦାନ କରିଆସୁଛନ୍ତି । କୋଭିଡ୍ ମୁକାବିଲା ସ୍ଥିତିରେ ଏହି ସହାୟତା ରାଶି ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଦାସ ଛାତ୍ର ସଂସଦର ସମସ୍ତ କର୍ମକର୍ତା ଓ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Related Stories
November 1, 2024