
ଗଞ୍ଜାମ– ବ୍ରହ୍ମପୁର କେନ୍ଦ୍ରୀୟ ଜେଲ୍ ରେ ୩୩ ଜଣ ବନ୍ଦୀ ଏବଂ ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜେଲ୍ ସୁପରିଟେଣ୍ଡେଂଟ କୂଳମଣି ବେହେରା ସୂଚନା ଦେଇଛନ୍ତି । ଏହି ଘଟଣା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଜେଲ୍ ପରିଦର୍ଶନ କରିବା ସହ ଏହି ଆକ୍ରାନ୍ତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ଜେଲ୍ ପରିସରରେ କରାଯିବ ନା କୋଭିଡ଼୍ ହସ୍ପିଟାଲରେ କରାଯିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।