
-
ମଂଚେଶ୍ୱର ଅଟାକଳରୁ ଆଉ ୩୫ ପଜିଟିଭ୍
ଭୁବନେଶ୍ୱର– ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ଗୁରୁବାର ଗୋଟି ଦିନରେ ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧରୁ ୯୩ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ଲୋକାଲ କେସ୍ ରହିଛନ୍ତି । ଗତକାଲି ୨୬ ଜଣ ପଜିଟିଭ୍ ବାହାରିଥିବା ମେଂଚଶ୍ୱରର ଅଟା ମଇଦା ମିଲ୍ ରୁ ଆଜି ଆଉ ୩୫ ପଜିଟିଭ୍ ବାହାରିଛନ୍ତି । ସେମାନଙ୍କ ବୟସ ୧୮ରୁ ୬୫ ବର୍ଷ ମଧ୍ୟରେ ରହିଛି । ସେହିପରି ଚନ୍ଦ୍ରଶେଖରପୁର ୭ମ ବାଟାଲିୟନ୍ ନିକଟରୁ ୯ ଜଣ ୟୁନିଟ୍ ୨ ଏମଜି ରୋଡ୍ ରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଗୋଟିଏ ଦିନରେ ଆଉ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କରାଯାଇଥିବା ,ଟୁଇଟ୍ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ ଙ୍କ ର ମୃତ୍ୟୁ ହୋଇଛି । ବର୍ତମାନ ଆହୁରି ୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।
ଆଜି ଚିହ୍ନଟ କ୍ୱାରଂଟାଇନ୍ ମାମଲା ମଧ୍ୟରୁ ନୟାପଲ୍ଲୀ ନୂଆସାହିରୁ ଜଣେ, ଗଜପତିନଗରରୁ ଜଣେ, ଜଣେ ସରକାରୀ ହସ୍ପିଟାଲ କର୍ମଚାରୀ, ସୁନ୍ଦରପଦା ହାଇସ୍କୁଲ ନିକଟରୁ ଜଣେ, ନୟାପଲ୍ଲୀ ଏନ୍ -୬ରୁ ୨ ଜଣ, ସାମନ୍ତରାପୁର ଦିବ୍ୟ ବିହାରରୁ ଜଣେ, ୟୁନିଟ୍ ୪ ମାଛ ମାର୍କେଟ୍ ରୁ ଜଣେ, ଲକ୍ଷ୍ମୀବିହାରରୁ ଜଣେ, ରାଜମହଲ ଛକ କନଷ୍ଟ୍ରକସନ୍ କମ୍ପାନୀର ଜଣେ କର୍ମଚାରୀ, ଶୈଳଶ୍ରୀବିହାରରୁ ଜଣେ, ପଳାଶୁଣୀରୁ ଜଣେ, ଡୁମଡୁମା ସୁକ ବିହାରରୁ ଜଣେ, ଘରୋଇ ହସ୍ପିଟାଲର ୨ କର୍ମଚାରୀ, ପାଣ୍ଡରାରୁ ଜଣେ, ୟୁନିଟ୍ ୮ ଡିଏଭି ସ୍କୁଲ ନିକଟରୁ ଜଣେ, କଳିଙ୍ଗ ଷ୍ଟାଡିୟମ୍ ନିକଟ ରିଜର୍ଭ ପୋଲିସ୍ କଲୋନୀରୁ ଜଣେ, ଝାରପଡା ଜଗନ୍ନାଥ ନଗରରୁ ଜଣେ, ଗଙ୍ଗନଗର ବାଳକ ହାଇସ୍କୁଲ ନିକଟରୁ ୨ ଜଣ, ବ୍ରହ୍ମେଶ୍ୱର ପାଟଣାରୁ ଜଣେ, ଘରୋଇ ହସ୍ପିଟାଲର ୨ ଜଣ ଆଟେଣ୍ଡାଂଟ, ଅନ୍ୟ ଜିଲ୍ଲାରୁ ଫେରିଥିବା ୨ ଜଣ, ପାତ୍ରପଡା ନୂଆସାହିରୁ ଜଣେ, ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀ, କୋଳଥିଆ ସତ୍ୟସାଇ ଏନକ୍ଲେଭ୍ ରୁ ୧ ବର୍ଷର ଶିଶୁ ପୁତ୍ର, ବଡଗଡ ଫେଜ୍ ୨ କେନାଲ ରୋଡ୍ ରୁ ଜଣେ, ୟୁନିଟ୍ ୬ ଭୁବନେଶ୍ୱର କ୍ଲବ୍ ନିକଟରୁ ,ଜଣେ, ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ଜଣେ, ଚନ୍ଦ୍ରଶେଖରପୁର ୭ମ ବାଟାଲିୟନ୍ ନିକଟରୁ ୯ ଜଣ , ୟୁନିଟ୍ ୨ ଏମଜି ରୋଡ୍ ରୁ ୭ ଜଣ , ରସୁଲଗଡ ଓସିସି କଲୋନୀ ନିକଟରୁ ୪ ଜଣ ଏବଂ ମେଂଚଶ୍ୱର ଅଟାକଳରୁ ୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଲୋକାଲ କେସ୍ ମଧ୍ୟରୁ ପଟିଆରୁ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, ଆଇଆରସି ଭିଲେଜ୍ ଏନ ୬ରୁ ଜଣେ, ୟୁନିଟ୍ ୧ କସ୍ତୁରବା ନାରୀ ମହଲ ନିକଟରୁ ୨ ଜଣ, ନୟାପଲ୍ଲୀ ନୂଆସାହିରୁ ଜଣେ, ଆଇଆରସି ଭିଲେଜ ଏନ ୫ରୁ ଜଣେ, ନିଳାଦ୍ରୀବିହାର ଇଶାନେଶ୍ୱର ବସ୍ତିରୁ ଜଣେ, ୟୁନିଟ୍ ୯ ଗ୍ରୀଡକୋ କଲୋନୀରୁ ଜଣେ, ୟୁନିଟ୍ ୨ରୁ ଜଣେ, ୟୁନିଟ୍ ୪ ଏମଏଲଏ କଲୋନୀରୁ ୨ ଜଣ, ୟୁନିଟ୍ ୩ ଚନ୍ଦ୍ରମା ଆପାର୍ଟମେଂଟ ନିକଟରୁ ଜଣେ, ପୋଖରିପୁଟ ଲିଙ୍ଗରାଜ ବିହାରରୁ ଜଣେ, ଚକେଇସିଆଣି ତ୍ରିନାଥ ମନ୍ଦିର ନିକଟରୁ ଜଣେ, ପଳାଶୁଣି ପ୍ରାଚୀ ବିହାରରୁ ୨ ଜଣ, କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍ପିଟାଲର ଜଣେ ସିକ୍ୟୁରିଟି ଗାର୍ଡ, ଲୁଇସ୍ ରୋଡ୍ ରବି ଟକିଜ୍ ନିକଟରୁ ଜଣେ, ଘରୋଇ ହସ୍ପିଟାଲର ୪ କର୍ମଚାରୀ, ଭରତପୁର ନାକୋେ ଗଟ୍ ନିକଟରୁ ଜଣେ, ବୁଦ୍ଧେଶ୍ୱରୀ କଲୋନୀରୁ ଜଣେ, ମହର୍ଷି କଲେଜ ନିକଟରୁ ଜଣେ, ମେଂଶ୍ୱର ଶିଳ୍ପାଂଚଳରୁ ୪ ଜଣ , ଅଶୋକନଗରରୁ ଜଣେ. ନ୍ୟୁ ଫରେଷ୍ଟ ପାର୍କ ନିକଟରୁ ଜଣେ, ଘରୋଇ ହସ୍ପିଟାଲର ୨କର୍ମଚାରୀ, ୟୁନିଟ୍ ୮ ଗୋପବନ୍ଧୁନଗର ବସ୍ତିରୁ ଜଣେ, ସିବିଆଇ କଲୋନୀରୁ ଜଣେ ଏବଂ ଭୋଇନଗର ବାୟାବାବା ସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।