ଗଞ୍ଜାମ – ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଶକ୍ତିିନଗରର ଅମ୍ବିକା ପ୍ରସାଦ ପାଢ଼ୀ (୩୩) ବୋଲି ଜଣାପଡିଛି । ଅମ୍ବିକା ଗତ ଦୁଇ ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଆଜି କୂଅରୁ ମୃତଦେହ ଉଦ୍ଧାର ପରେ ତାଙ୍କୁ କେହି ହତ୍ୟା କରି କୂଅରେ ପକାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନା ପୋଲିସ ୭୧୩/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
Related Stories
November 24, 2024
November 24, 2024