ଭୁବନେଶ୍ୱର – ରାଜ୍ୟର ୨୦ଟି ଜିଲ୍ଳାର ୪୯ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ଯେ ପୁରୀ ଜିଲ୍ଲାରେ ସର୍ବାଧିକ ଆଠଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି । ଦୁର୍ବଳ ସ୍ଥାନରେ ବିଭାଗୀୟ କର୍ମଚାରୀ ସଜାଗ ଅଛନ୍ତି । ବାଲିବସ୍ତା, ବଲ୍ହା, ବାଉଁଶ ପ୍ରଭୃତି ମହଜୁଦ ରଖାଯାଇଛି । ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ନିୟମିତ ସ୍ଥିତିର ସମୀକ୍ଷା କରୁଛନ୍ତି । ୨୦୦୮ ମସିହାରେ ଜଳସମ୍ପଦ ବିଭାଗ ପ୍ରସ୍ତୁତ କରିଥିବା ଗାଇଡ୍ ଲାଇନ୍ ଅନୁଯାୟୀ ବିପଦପୂର୍ଣ୍ଣ ଦୁର୍ବଳ ନଦୀବନ୍ଧର ମରାମତି କରାଯାଉଛି ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟଯେ ରାଜ୍ୟର ୧୧ଟି ଉପତ୍ୟକାରେ ୭,୪୭୦ କିଲୋମିଟର ନଦୀବନ୍ଧ ଅଛି । ଏପ୍ରିଲରୁ ଜୁନ ୧୨ ଭିତରେ ବିଭାଗୀୟ ଅଧିକାରୀ ସବୁ ତଦାରଖ ହୋଇଛି । ସବୁ ସ୍ତରରେ କେଂଟ୍ରାଲ ରୁମ ମଇ୧୬ରୁ ଖୋଲା ଯାଇଛି ।