
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ- ଆଡମିନଷ୍ଟ୍ରେଟର ଡେଭଲପମେଣ୍ଟ ଏବଂ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଗୋଟିଏ ହୋଟେଲ ଚୟନ କରାଯିବ| ସେଠାରେ ସେମାନଙ୍କ ସହିତ ଚୁକ୍ତି କରାଯିବା ସହିତ ୩0 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ ଏବଂ ୧୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ତିଆରି କରାଯିବ | ଯଦି ନିହାତି ଦରକାର ପଡିବ ଏବଂ ଅଧିକ ପରିମାଣରେ କୋରାନା ପଜିଟିଭ କେସ ସେବାୟତ ମାନଙ୍କ ପରିବାରରୁ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଭିତରୁ ବାହାରିବ ତାହେଲେ ସେମାନେ ସେଠାରେ ଚିକିତ୍ସାର ସୁବିଧା ପାଇପାରିବେ |ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ |ରାଜ୍ୟ ସରକାରଙ୍କ ଚିଠି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି |
ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସମଗ୍ର ବିଶ୍ୱର ଆକର୍ଷଣ କୁହାଯାଉଥିବା ଶ୍ରୀଜିଉଙ୍କ ତିନି ରଥକୁ ଚଳିତ ଵର୍ଷ ଭଙ୍ଗାଯିବ ନାହିଁ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନ ଭଙ୍ଗାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବା ଲାଗି ସ୍ଥିର କରାଯାଇଛି ।ଟେକନିସିଆନ ଟିମ ର ମତାମତ କ୍ରମେ ଏହି ରଥକୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ଆଲୋଚନା କରାଯିବ |ବିଶ୍ଵକର୍ମା ଓ ଭୋଇ ସେବାୟତଙ୍କ ସହ ଆଲୋଚନା ପରେ ଚଳିତ ବର୍ଷର ରଥଗୁଡ଼ିକ ନ ଭାଙ୍ଗିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।