କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ପୈାରାଂଚଳର କଜଳା ଅଂଚଳରେ ଜଳ ନିଷ୍କାସନ ପଥକୁ ଅବରୋଧ କରି ଅନେକ ବ୍ୟକ୍ତି ଘର ପାଇଁ ରାସ୍ତା କରିଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଅଂଚଳର ଲୋକେ ଦାବି କରିଥିଲେ । ସାମାନ୍ୟ ବର୍ଷାରେ ଓ ଉଦ୍ବୃତ ଜଣ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ଲହଡି ଖେଳୁଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳ ବାସିନ୍ଦା ମାନେ ଜଳ ନିଷ୍କାସନ ପାଇଁ ଦାବି କରିବାରୁ ପୈାରସଂସ୍ଥା ପକ୍ଷରୁ କଜଳା ଗ୍ରାମର ମୁଖ୍ୟ ରାସ୍ତା ଉପରେ ଏକ କଲଭଟ ନିର୍ମାଣ କରାଯାଇ ରାସ୍ତାର ବିପରିତ ଦିଗରୁ ଡ୍ରେନ ନିର୍ମାଣ କରି କଜଳା ଶ୍ମଶାନ ନିକଟବର୍ତୀ ଏକ ନାଳରେ ଛାଡିବା ପାଇଁ ନିଷ୍ପତି ନିଆଯାଇଥିଲା । ପୈାରସଂସ୍ଥା ତାହା ନକରି ପୁନର୍ବାର କଂଗ୍ରେସ ଭବନ ପଛପଟେ ଏବଂ ତହସିଲ ଅଫିସ ସାମ୍ନା ପଡିଆରେ ଥିବା ଏକ ପୋଖରୀରେ ଏହି ଡ୍ରେନ ପାଣିକୁ ଛାଡିବା ପାଇଁ ରାସ୍ତା କାଟି ଉଦ୍ୟମ କରୁଥିବା ବେଳେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହଲିଆ ଘଟଣା ସ୍ଥଳରେ ପହଁଚି କାମ ବନ୍ଦ କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ରେନ ନିର୍ମାଣ କାର୍ଯ୍ୟ ସରିବା ପରେ ମାଟି ଉଠାଇ ଡ୍ରେନ ସଂଯୋଗ କରିବା ପାଇଁ ତହସିଲଦାର କହିଥିବା ଜଣା ପଡିଛି ।
Related Stories
February 8, 2025