ପୁରୀ- ରାଜ୍ୟ ସମେତ ଜିଲ୍ଲାରେ କରୋନାର କାୟା ବିସ୍ତାରକୁ ଦେଖି ଶ୍ରୀମନ୍ଦିର ସେବାୟତମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସେବାୟତମାନଙ୍କ ପାଇଁ କେତେକ ହୋଟେଲରେ କରୋନା କେୟାର ହୋମ୍ ଖୋଲାଯାଇ ୩୦ଟି ବେଡ୍ ର ବ୍ୟବସ୍ଥା କରାଯିବ । ସେହିପରି କରୋନା କେୟାର ସେଂଟରରେ ୧୫ଟି ଶଯ୍ୟା ରଖାଯାଇ ସେବାୟତଙ୍କ ଚିକିତ୍ସା କରାଯିବ । ଏ ସମ୍ପର୍କରେ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ବିଭିନ୍ନ ନିଯୋଗ ସହ କଥାବାର୍ତା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ କରୋନା ସମୟରେ ସେବାୟତମାନଙ୍କ ଦ୍ୱାରା ତିନିରଥ ଟଣା ଯାଇଥିଲା । ଏହି ତିନିରଥକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀଜଗନ୍ନାଥ ବଲ୍ଲବଠାରେ ବ୍ୟବସ୍ଥା କରାଯିବ । ରଥକୁ ଅକ୍ଷତ ଅବସ୍ଥାରେ କିପରି ରଖାଯିବ ସେ ସମ୍ପର୍କରେ ମହାରଣା, ଭୋଇ ସେବାୟତଙ୍କ ସହିତ ଆଲୋଚନା ହୋଇଛି । ବାହାରୁ ଆସିବାକୁଥିôବା ପର୍ଯ୍ୟଟକ ତୀର୍ଥଯାତ୍ରୀମାନେ ରଥ ଦେଖିବାର ସୁଯୋଗ ପାଇପାରିବେ ।