
ନୂଆଦିଲ୍ଲୀ– ଗୁଜୁରାଟରେ 700 ମେଗାୱାଟ କାକରପାର ଆଣବିକ ଶକ୍ତି କେନ୍ଦ୍ର-3ର ସଫଳ କାର୍ଯ୍ୟକ୍ଷମତା ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, “ଭାରତର ଆଣବିକ ଇତିହାସରେ ଏହା ଏକ ବଡ ଦିନ ଏବଂ ସମଗ୍ର ଦେଶ ଆମ ବୈଜ୍ଞାନିକମାନଙ୍କୁ ଏହି ଜବରଦସ୍ତ ସଫଳତା ପାଇଁ ଅଭିବାଦନ ଜଣାଉଛି” ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି, “ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ନୂତନ ଭାରତ ଆଗକୁ ବଢୁଛି” ।