ନୂଆଦିଲ୍ଲୀ– ଗୋଟିଏ ଦିନରେ ସର୍ବାଧିକ 28,472 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସର୍ବୋଚ୍ଚ ସଂଖ୍ୟା । ଏହା ସହିତ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 7,53,049ରେ ପହଞ୍ଚିଛି । ଏହା ସୁସ୍ଥତା ହାର 63.13%କୁ ବୃଦ୍ଧି କରିଛି ।
କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି 4,11,133) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା 3,41,916କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଧାରାକୁ ଦର୍ଶାଉଛି ।