ନୂଆଦିଲ୍ଲୀ– କାକରପାର ଆଣବିକ ଶକ୍ତି ପ୍ଳାଣ୍ଟ-3ର ସଫଳତା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କାକରପାର ପରମାଣୁ ଶକ୍ତି ପ୍ଳାଣ୍ଟ-3ର ସଫଳତା ପାଇଁ ଆମ ବୈଜ୍ଞାନିକଙ୍କୁ ଅଭିନନ୍ଦନ! ସ୍ଵଦେଶୀ କୌଶଳରେ ନିର୍ମିତ 700 ଏମଡବ୍ଲୁଇ କେଏପିପି-3 ରିଆକ୍ଟର ମେକ ଇନ ଇଣ୍ଡିଆର ଏକ ଉଜ୍ଜ୍ଵଳ ଉଦାହରଣ । ଭବିଷ୍ୟତର ଅନେକ ସଫଳତା ପାଇଁ ଏହା ଦ୍ୱାର ଉନ୍ମୁକ୍ତ କରିବ”!