ଜୟପୁର– ଜୟପୁର ସ୍ଥିତ ବିଲ୍ଟ୍ ପେପର୍ ମିଲ୍ ର କର୍ମଚାରି ସଂଘ ମାନେ ଆଜି ଉପ ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କରୋନା ସମୟରେ କର୍ମଚାରୀ ମାନେ ଅତ୍ୟନ୍ତ ଦୁର୍ଦ୍ଦିନରେ ଗତି କରୁଛନ୍ତି । ସରକାର କରୋନା ମୁକାବିଲା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ପଦକ୍ଷେପ ମାନ ନେଉଛନ୍ତି । ସଂଘ ତରଫରୁ ମଧ୍ୟ ସରକାରଙ୍କ ବିଭିନ୍ନ ନିୟମାବଳିକୁ ପାଳନ କରୁଛୁ । କିନ୍ତୁ ଏପ୍ରିଲ ୨୦୧୯ରୁ କର୍ମଚାରୀ ମାନେ ଦରମା ପାଇ ନାହାଁନ୍ତି । କର୍ମଚାରୀ ମାନଙ୍କ ଆୟର କୌଣସି ଅନ୍ୟ ଉତ୍ସ ନଥିବା ଯୋଗୁଁ ପରିବାର ପ୍ରତିପୋଷଣ ଅତ୍ୟନ୍ତ କଷ୍ଟକର ହୋଇପଡିଛି । ପେପର ମିଲରେ କାର୍ଯ୍ୟ କରୁଥିବାରୁ ସରକାରଙ୍କ ରାସନ କାର୍ଡରୁ ମଧ୍ୟ ଆମେ ବଂଚିତ ହୋଇଛୁ । ବିଗତ ଦିନରେ କରୋନା ସମୟରେ ସହାୟତା ପାଇଁ ସେମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲାପାଳ ମଧୁ ସୁଦନ ମିଶ୍ରଙ୍କ ନିର୍ଦ୍ଦେଶରେ ପେପର ମିଲ୍ କର୍ମଚାରିଙ୍କୁ ଏକ ମାସର ଚାଉଳ ଓ ଡାଲି ପ୍ରଦାନ କରାଯାଇଥିଲା । ତେଣୁ ଉପ ଜିଲାପାଳ ସେହି ଅନୁଯାୟୀ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ପ୍ରମୋଦ ମହାନ୍ତି, ଜୟନ୍ତ ସାନ୍ତ୍ରା, ବାଳ କୃଷ୍ଣ ପ୍ରଧାନ, ସୁଦର୍ଶନ ବିଷୋୟୀ ପ୍ରମୁଖ ଦାବୀ କରିଛନ୍ତି ।