
ଭଞ୍ଜନଗର ଅଞ୍ଚଳରେ ଆଜି ୮ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ସେଥିମଧ୍ୟରେ ଏନ.ଏ.ସି ୧ନଂ ୱାର୍ଡ ର ଜଣେ ଆକ୍ରାନ୍ତ ଙ୍କର ମୃତ୍ୟୁ ଘଟିଥିବା ବେଳେ ମେନ ରୋଡ଼, ବାଗଦେବୀ ରୋଡ଼ର ଜଣେ ଲେଖାଏଁ ଏବଂ ଏହି ବ୍ଲକ ଅନ୍ତର୍ଗତ ଲାଲସିଙ୍ଗ ପଞ୍ଚାୟତ ର ରାଜକୁଣ୍ଡୁ ଓ ଲଣ୍ଡେଇ ସାହିରୁ ଜଣେ ଲେଖାଏଁ ଏବଂ ଏହି ଅଞ୍ଚଳର ଅନ୍ୟ ୩ଜଣ ଥିବା ଜଣାପଡିଛି।ସେହିପରି ଲଣ୍ଡେଇ ସାହି ଛକରେ ଥିବା ବୁଲବୁଲ ଟି ଷ୍ଟଲରେ ଚଢ଼ାଉ କରି ତହସିଲଦାର ଆଲୋକ କୁମାର ପ୍ରଧାନ ଦୋକାନ କୁ ଏକ ସପ୍ତାହ ପାଇଁ ସିଲ କରିବା ସହ ୧ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।ଏଠାରେ କ୍ଷୀର ବିକ୍ରୀ ନାମରେ ବହୁ ପରିମାଣର ମୃଦୁ ପାନୀୟ, ଆଇସକ୍ରିମ ଗଛିତ ଥିବା ସହ ଚାହା ବିକ୍ରୀ କରୁଥିବା ଦେଖିବାକୁ ମିଳିଥିଲା।କୋଭିଡ଼ ନିୟମ ଉଲଂଘନ ପାଇଁ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।