କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୧/୦୭ /୨୦୨୦,ଚଳଚିତ୍ର ଅଭିନେତା, ନିର୍ଦେଶକ ନାଟ୍ୟକାର ତଥା ଜୟଦେବ ପୁରସ୍କାର ପ୍ରାପ୍ତ ମହାନ କଳାକାର ବିଜୟ ମହାନ୍ତିଙ୍କ ବିୟୋଗରେ ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ରଙ୍ଗଶାଳା ପରିବାର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ନାୟକ ପ୍ଳାଜା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠାନର ସଭାପତି
ଗିରିଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବଂଗତ ବିଜୟ ମହାନ୍ତିଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାର୍ଘ୍ୟ ପ୍ରଦାନ ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |ଅନୁଷ୍ଠାନର ନିର୍ଦ୍ଧେଶକ ବିକ୍ରମ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିନେତା ରବି ତ୍ରିପାଠୀ, ପ୍ରସନ୍ନ କୁମାର ମିଶ୍ର, କାଳୁ ଦାସ, ଶମ୍ଭୁ ହୋତା, ବଲରାଜ ତ୍ରିପାଠୀ, ଦେବୀ ପ୍ରସନ୍ନ ନନ୍ଦ, ଚକ୍ରଧର ମହାପାତ୍ର,ବିଶ୍ୱନାଥ ମହାପାତ୍ର, ଶିବ ସୁନ୍ଦର ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ବିଶ୍ୱନାଥ ମିଶ୍ର, ଶ୍ରୀମାନ ସର୍ବଗିଳା, ଗୌରୀ ବାରିକ, ବିକାଶ ଦତ୍ତ, ଆଶିଷ ସାହୁ, ନାରାୟଣ ରାଉତ, ବୈଭଵୀ ପ୍ରିୟଦର୍ଶିନୀ, ହରିହର ଦଳେଇ, ପୁଷ୍ପାଞ୍ଜଳି ମିଶ୍ର,ଶୁଭ୍ରାନଶୀ ପୁରୀ, ଶୁଭଲକ୍ଷ୍ମୀ ପ୍ରଧାନ, ରମେଶ ଦାସ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ |
ଓଡିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ |ତାଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା |ପିଢ଼ି ପରେ ପିଢ଼ି ତାଙ୍କର ପ୍ରଶଂସକଙ୍କୁ ସେ କଳାର ଯାଦୁରେ ବାନ୍ଧି ରଖି ପାରିଥିଲେ ବୋଲି ବିଜୟ ପ୍ରେମୀ ମାନେ ମତ ବ୍ୟକ୍ତ କରିଥିଲେ |ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସାମାଜିକ ଦୂରତ୍ୱ ରଖି କରୋନା କଟକଣାର ସମସ୍ତ ଵିଧି ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା |
Related Stories
November 22, 2024