କଟକ : ଆଜି ସାରା ବିଶ୍ବ କୋରନା ର ପ୍ରକୋପ ରେ ଭୟଭିତ । ସରକାର ଓ ପ୍ରଶାସନ ଏହାକୁ ନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ସମୟରେ ଲାକଡାଉନ ଓ ସଟଡାଉନ କରୁଛନ୍ତି। ଏହା ଦ୍ୱାରା ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। କିନ୍ତୁ ମଧ୍ୟବିତ ବର୍ଗ ର ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।କୋରନା ର ବୋଝ ଠାରୁ ଅର୍ଥନୈତିକ ବୋଝ ବଳି ଯାଉଛି।ଯାହା ଦ୍ୱାରା ପାରିବାରିକ ଅନିଶ୍ଚିତତା ଦେଖାଦେଉଛି।
କେବଳ ନିମ୍ନ ମଧ୍ୟବିତ (ବିପିଏଲ) ପରିବାର ଲୋକଙ୍କୁ ଚାଉଳ ଡାଲି ଦେଇ ଯେଉଁ ଖୁସି ହେଉଛନ୍ତି ସରକାର, ତାହା ସରକାରଙ୍କର ଏକ ଅପରିପକ୍ୱ ମାନସିକତାର ପରିଚୟସୃଷ୍ଟି କରିଛି। ସରକାର ଭାବିବା ଦରକାର ଯେ ମଧ୍ୟବିତ୍ତ ପରିବାରର ଲୋକ ମଧ୍ୟ ଏ ଠାରେ ବସବାସ କରୁଛନ୍ତି। ଯେଉଁ ମାନେ ପ୍ରତ୍ୟକ୍ଷ ବା ପରୋକ୍ଷରେ ସରକାରଙ୍କୁ ଟିକସ ଦେଇଆସୁଛନ୍ତି। ଲକଡାଉନ ବା ସଟଡାଉନ ହେବ ଯୋଗୁଁ ସେମାନଙ୍କର ରୋଜଗାର କରିବାର ମାଧ୍ୟମ ଠପ ହୋଇଯାଇଛି।ଯାହାଦ୍ଵାରା ସେମାନଙ୍କର ପରିବାରରେ ଅର୍ଥନୈତିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଯାହାକି ପାରିବାରିକ କଳହ ର କାରଣ ସାଜିଛି।
ପାଶ୍ଚାତ୍ୟ ଦେଶ ମାନଙ୍କରେ ତାଙ୍କ ନାଗରିକ ମାନଙ୍କୁ ଏହି ସମୟରେ ମୋଟା ଅଙ୍କର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। କେନ୍ଦ୍ର ର ମୋଦି ସରକାର ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ମଧ୍ୟବିତ ପରିବାରକୁ ସାହାଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କାହିଁ ଧ୍ୟାନ ଦେଉନାହାନ୍ତି ବୋଲି ସେନା ପକ୍ଷରୁ ପ୍ରଶ୍ନ କରାଯାଇଛି।
ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଓଡିଶା ସୁରକ୍ଷା ପକ୍ଷରୁ ଦାବି କରାଯାଇଛି। ଏବଂ ଯେ ପର୍ଯ୍ୟନ୍ତ ଏହି ବନ୍ଦ ର ପ୍ରକ୍ରିୟା ଚାଲିଛି ସେ ପର୍ଯ୍ୟନ୍ତ ସରକାର ସହର ରେ ବସବାସ କରୁଥିବା ପରିବାରକୁ ୧୫୦୦୦ ଓ ଗ୍ରାମରେ ବାସ କରୁଥିବା ପରିବାରକୁ ୧୦୦୦୦ ଟଙ୍କା ଲେଖା ପ୍ରୋତ୍ସାହନ ରାଶି ପ୍ରଦାନ କରୁବୋଲି ସେନା ପକ୍ଷରୁ ଦାବି କରାଯାଇଛି।
ଆଜି ଏକ ସାମ୍ବାଦିକ ବାର୍ତ୍ତା ଜରିଆରେ ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ଡା, ସମ୍ପାଦକ ଦେଵବ୍ରତ ମିଶ୍ର, ମହିଳା ଶାଖା ସଭାପତି ଅନୁରାଧା ଦାସ ପ୍ରମୁଖ ଏହି ଦାବି କରିଛନ୍ତି।