
ବ୍ରହ୍ମପୁର: ଗଞ୍ଜାମରେ ଜାରି ରହିଛି ୧୪ଦିନିଆ ଲକ୍ ଡାଉନ୍ । ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଛି । ୧ଟା ପରଠାରୁ ଗାଡି ଚଳାଚଳ ଓ ଯାତାୟାତ ଉପରେ କଟକଣା ଲାଗୁଛି । ଗତ ୬ତାରିଖ ଠାରୁ ପ୍ରତ୍ୟହ ୨୦୦ରୁ ଊର୍ଦ୍ଧ୍ୱ ନୂଆ କରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେଉଥିବା ବେଳେ ବୁଧବାର ଏହି ସଂଖ୍ୟା ୩୭୧ ଛୁଇଁଛି । ଗଞ୍ଜାମ ଜିଲ୍ଲାରେ ଲାଗି ରହିଥିବା କରୋନା ଭୟଭୀତରେ ସୁସ୍ଥ ରିପୋର୍ଟ ସାମାନ୍ୟ ଲୋକଙ୍କୁ ଆଶ୍ୱସ୍ତି କରୁଛି । ଗ୍ରାମାଞ୍ଚଳଗୁଡିକରେ ପଜେଟିଭ ସଂଖ୍ୟା କମୁଥିବା ବେଳେ ସହରାଞ୍ଚଳରେ ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ ଜରୁରୀକାଳୀନ ସେବା ଜାରି ରହିଛି । ବୁଧବାର ଜିଲ୍ଲାରେ କରୋନାରେ ୬୧ବର୍ଷୀୟ ଓ ୬୦ବର୍ଷୀୟ ୨ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ବୁଧବାର କରୋନାରେ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଜିଲ୍ଲାରେ ବୁଧବାର ୬୮ଜଣ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ଏହି ୨୨ଦିନ ମଧ୍ୟରେ ୫୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୭ରେ ପହଁଚିଛି । ଏଥିମଧ୍ୟରେ ୬୨ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ବୁଧବାର ୩୭୧ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୫ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ଫେରନ୍ତା ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୩୪୪ଜଣ ରହିଛନ୍ତି । ୨୫ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧, ବେଲଗୁଣ୍ଠା ୧, ବେଗୁନିଆପଡା ୨, ବିଏମ୍ସି ୪, ଦିଗପହଣ୍ଡି ୩, ହିଞ୍ଜିଳିକାଟୁ ୧, ଜଗନ୍ନାଥପ୍ରସାଦ ୧, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୫, ରଙ୍ଗେଇଲୁଣ୍ଡା ୨ ଓ ସୋରଡା ବ୍ଲକ୍ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟ ଫେରନ୍ତା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ର ହିଁ ୨ଜଣ ରହିଛନ୍ତି । ସେହିପରି ୩୪୪ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୧୭, ବେଗୁନିଆପଡା ୧୯, ବେଲଗୁଣ୍ଠା ୧, ବିଏମ୍ସି ୧୮୨, ଭଞ୍ଜନଗର ୮, ବୁଗୁଡା ୧୨, ଛତ୍ରପୁର ୧, ଧରାକୋଟ ୩, ଚିକିଟି ୨, ଦିଗପହଣ୍ଡି ୨୩, ହିଞ୍ଜିଳିକାଟୁ ୫, ଖଲ୍ଲିକୋଟ ୮, ପାତ୍ରପୁର ୧, ପୁରୁଷୋତ୍ତମପୁର ୨, ଶେରଗଡ ୨, ଜଗନ୍ନାଥପ୍ରସାଦ ୫, ରଙ୍ଗେଇଲୁଣ୍ଡା ୨୯, ସୋରଡା ୧୮, ଗଞ୍ଜାମ ୩ ଓ କୁକୁଡାଖଣ୍ଡି ବ୍ଲକ୍ରୁ ଜଣେ ରହିଥିବା ବେଳେ ଅନ୍ୟାନ୍ୟ ୨ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୬୩୬୨ରେ ପହଞ୍ôଚଥିବା ବେଳେ ୬୭ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ବୁଧବାର ୬୮ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୪୦୭୬ରେ ପହଂଚିଛି । ଜିଲ୍ଲାରେ ଏବେ ୨୨୧୯ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।