-
ଗଂଜାମ ଏସପି୍ ଙ୍କ ଗୋରାପଲ୍ଲୀ ତନଖି ଫାଟକ ଯାଞ୍ଚ
ବ୍ରହ୍ମପୁର:ଗଂଜାମ ଜିଲ୍ଲା ରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା କ୍ରମସହ ବୃଦ୍ଧି ପାଉଥିବା ବେଳେ ଖଲ୍ଲିକୋଟ ବ୍ଲକ ର ୨୯ ଗୋଟି ପଂଚାୟତ ରେ ସଂକ୍ରମଣ ଙ୍କ ସଂଖ୍ୟା ୨୦୦ ଛୁଇଁବାକୁ ବସିଥିବା ବେଳେ ଖଲ୍ଲିକୋଟ ଏନଏସି ରେ ସଂକ୍ରମଣ ଙ୍କ ସଂଖ୍ୟା ୨୭ ରେ ପହଂଚିଲାଣି । ପ୍ରଶାସନ ତରଫ ରୁ ଗ୍ରାମାଞ୍ଚଳ ର ସମସ୍ତ ରାସ୍ତା କୁ ବାରିକେଟ ଦେଇ ସିଲ କରାଯାଇଥିବା ବେଳେ ଖଲ୍ଲିକୋଟ ସହର ର ସମସ୍ତ ରାସ୍ତା କୁ ବାରିକେଟ ଦେଇ ସିଲ କରାଯାଇଥିବା ବେଳେ ନୁଆସାହି ରାସ୍ତା କୁ ରେଡ ଜୋନ ଘୋଷଣା କରାଯାଇଛି । ବୁଧୁବାର ଦିନ ସ୍ଥାନୀୟ ବିଜୁଳି ବିଭାଗ ରେ ଜଣେ ଅସ୍ଥାୟୀ କର୍ମଚାରୀ ସଂକ୍ରମିତ ହେବାର ଜଣାପଡିବା ପରେ ବିଜୁଳି ବିଭାଗ ର କାର୍ଯ୍ୟାଳୟ କୁ ଅଗ୍ନିଶ୍ରମ ବିଭାଗ ଆସି ସାନିଟାଈଜ କରି ଫେରିଛି । ତେବେ ବିଜୁଳି ବିଭାଗ ର ସମସ୍ତ କର୍ମଚାରୀ ଙ୍କୁ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ସେହିପରି ଫାସୁଳା ଯାଇ କଣ୍ଟାକଟଟ୍ରେସିଙ୍ଗ କାର୍ଯ୍ୟ ଆରମ୍ଭ କରାଯାଇଛି ।
ବ୍ଲକ ର ସରପଂଚ ଙ୍କ ସମେତ ବୋହୁ ଅଙ୍ଗନବାଡି କର୍ମୀ ସଂକ୍ରମିତ ହୋଇଥିବା ଫଳରେ ବୁଧୁବାର ଦିନ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାୟେ ପହଂଚି ଖଲ୍ଲିକୋଟ ସହର ର ମୁଖ୍ୟ ରାସ୍ତା ରେ ଥିବା ତନଖି ଫାଟକ କୁ ଯାଞ୍ଚ କରିବା ସହ ଗୋରାପଲ୍ଲୀ ଠାରେ ଏସ୍ପି ଶ୍ରୀ ରାୟେ ଖଲ୍ଲିକୋଟ ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ସେକେଣ୍ଡ ଅଫିସର ସିଲୁ ଧଳ ଓ ମାଜିଷ୍ଟେଡ଼ ଜ୍ୟୋତି ମୟ ଦାସ ତନଖି ଫାଟକ ରେ ଯାତାୟାତ କରୁଥିବା ସମସ୍ତ ଯାନବାହାନ କୁ ଯାଞ୍ଚ କରିଥିଲେ । ପରେ ଗଂଜାମ ଏସ୍ପି ବେଗୁନିଆପଡା ଫାଣ୍ଡି ଅଭିମୁଖେ ଯାଇଥିବା ଜଣାପଡିଛି । ଗୋରାପଲ୍ଲୀ ତନଖି ଫାଟକ ନିକଟରେ ଏସ୍ପି ଶ୍ରୀ ରାୟେ ଜରୁରୀ ଆବଶ୍ୟକତା ନଥିଲେ କାହାରିକୁ ନ ଛାଡିବା ପାଇଁ ପରାମର୍ଶ ଦେବା ସହ ଯାତାୟାତ କରୁଥିବା ଚାଳକ ଓ ଯାତ୍ରୀ ମାନଙ୍କୁ ମାକ୍ସ ପିନ୍ଧିବା ର ଜରୁରୀ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ ।