କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୧/୦୭ /୨୦୨୦, ବିଶିଷ୍ଟ ଓଡ଼ିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ଆରପାରିରେ |ମୃତ୍ୟୁ ସମୟରେ ତାଙ୍କ ବୟସ ଥିଲା ୭୦ ଏବଂ ସେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ରେ ଜନ୍ମଗ୍ରହଣ କରିଥିଲେ |ଓଡ଼ିଆ ଚଳଚିତ୍ରରେ ବିଜୟ ମହାନ୍ତି ବହୁ ପ୍ରତିଭା ଶାଳୀ ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କର ଅଭିନୟ ଏକ ଭିର୍ଣ୍ଣ ପ୍ରକାରର |ସେ ଭାଇ, ବାପ, ଖଳନାୟକ, ହିରୋ ଭଳି ଅନେକ ଅଭିନୟରେ ନିଖୁଣ ଥିଲେ |ସେ ଅନେକ ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଛନ୍ତି ସେଥି ମଧ୍ୟରୁ ଛମାଣ ଆଠଗୁଣ୍ଠ, ନାଗ ଫାସ, ଜଗା ହାତରେ ପଘା, ଲକ୍ଷଣ ରେଖା ଭଳି ଅନେକ ଚଳଚିତ୍ର ବନେଇଛନ୍ତି |ସେ ୬ ଥର ଓଡିଶା ରାଜ୍ୟ ଫିଲ୍ମ ଆୱାର୍ଡ ଜିତିଥିବା ଫିଲ୍ମ ଗୁଡିକ ଆରତୀ (୧୯୮୧), ମମତା ମାଗେ ମୂଲ(୧୯୮୫), ଏଇ ଆମ ସଂସାର(୧୯୮୬), ଆମ ଘର ଆମ ସଂସାର(୧୯୯୧), ଭୀଷ୍ମ ପ୍ରତିଜ୍ଞା (୧୯୯୩),ଭାଇ ହେଲା ଭଗାରୀ (୧୯୯୪)ମସିହାରେ ଆୱାର୍ଡ ପାଇଥିଲେ |ବିଜୟ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଓ ସେ ସମସ୍ତଙ୍କ ହୃଦୟରେ ଚିର ସ୍ମରଣୀୟ ରହିବା ପାଇଁ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ସ୍ୟାଣ୍ଡ ଆନିମେସନ ବନାଇଛନ୍ତି | ଏହି ଅନିମେସନ ସେ ବାର୍ତ୍ତା ଦେଇଛନ୍ତି “ସଂସ୍କୃତିର ସଂଗ୍ରାମୀଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି “.
ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ଥିଲେ India’s got talent khoj 2 of colors TV ର ବିଜେତା, ଏବଂ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ସେ ଦେଶ ପାଇଁ ଅନେକ ପ୍ରାଇଜ ଜିତିଛନ୍ତି |