କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୧/୦୭/୨୦୨୦,ଆଜି ମାଆ ବାସେଳୀ କଲ୍ୟାଣ ମଣ୍ଡପ ଠାରେ ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିୟପାଥି ଔଷଧ ଆର୍ସେନିକ ଏଲଵି ୩୦ ବଣ୍ଟନ କରାଯାଇଛି। କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରଣାଳୟ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନ ଶ୍ରୀ ଜଗନ୍ନାଥ ମନ୍ଦିର ସେବକ ମାନଙ୍କୁ ବିତରଣ ପରେ ଭାରତ ବିକାଶ ପରିଷଦ ର ଡଃ ନବ ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ବାସେଳୀ ସାହିର ୧୬୦ ପରିବାରର ୫୦୦ ବ୍ୟକ୍ତି ବିଶେଷଙ୍କୁ ଏହି ଔଷଧ ନିଶୁଳ୍କ ବଣ୍ଟନ କରାଯାଇଛି । ମାଆ ବାସେଳୀ ସମିତି ର ସମ୍ପାଦକ ଶ୍ରୀ ବନମାଳୀ କର, ଶ୍ରୀ ବାବାଜୀ ପତ୍ରୀ, ଶ୍ରୀ ସୁରେଶ ଖୁଣ୍ଟିଆ ଙ୍କ ସହଯୋଗ ରେ ପରିଷଦର ପ୍ରାନ୍ତୀୟ ସଂଗଠନ ସଚିବ ସୈାମେନ୍ଦ୍ର ଦାସ, ଶାଖା ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର, ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ଜଗଦୀଶ ଆଚାର୍ଯ୍ୟ, ଓ ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହଁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସଂଯୋଜନା କରିଥିଲେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ|
Related Stories
November 1, 2024