କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୧/୦୭/୨୦୨୦,କୁଂ ଫୁ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ବାବା ଆର୍ତ୍ତତ୍ରାଣଙ୍କୁ ସମର୍ଥନ ଘୋଷଣା କରାଯାଇଛି। ସଂଘର ସାଧାରଣ ସମ୍ପାଦକ ( ପ୍ରଧାନ ଶିକ୍ଷକ) ଶ୍ରୀ ରତନ କୁମାର ସାହୁ କହିଛନ୍ତି କି ବାବା ଆର୍ତ୍ତତ୍ରାଣ ଆମ ସମାଜ ପାଇଁ ଭଲ କଥା କହିଛନ୍ତି । ସେ ସମାଜର କଲ୍ୟାଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେ ଏତେ ବଡ ମହାମାରୀ କୋରନା କୁ ଭଲ କରିବାରେ ପ୍ରଚେଷ୍ଟା କରୁଛନ୍ତି । ଯେଉଁ କୋରନା ନାଆଁ ଆମେ ଶୁଣିଲେ ଡ଼ରୁଚୁ ତାକୁ ସହଜରେ ସେ ଭଲ କରିବା କଥା କହିଛନ୍ତି । ନିଜ ପ୍ରାଣ କୁ ବାଜି ରେ ଲଗେଇ ସେ ସମାଜର ମଙ୍ଗଳ ପାଇଁ ଏ କାର୍ଯ୍ୟ କରିବାକୁ ଆଗକୁ ଆସିଛନ୍ତି । ତାଙ୍କୁ ଗୋଟିଏ ଥର ପ୍ରଚେଷ୍ଟା କରିବାରେ ସୁଯୋଗ ଦିଅନ୍ତୁ ବୋଲି କୁଂ ଫୁ ଆସୋସିଏସନ ଅଫ ଓଡିଶା ସରକାର ଓ ପ୍ରଶାସନକୁ ଅନୁରୋଧ କରିଛି।
ସଂଘର ସାଧାରଣ ସମ୍ପାଦକ ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ବାବା ଆର୍ତ୍ତତ୍ରାଣଙ୍କୁ କିଛି ବ୍ୟକ୍ତି ଅଭଦ୍ର ଓ ଅଶୋଭନୀୟ ଭାଷା ପ୍ରୟୋଗ କରୁଛନ୍ତି। ଯେଉଁମାନେ ଏଭଳି ଭାଷା ପ୍ରୟୋଗ କରୁଛନ୍ତି ସେମାନଙ୍କର ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।ବାବା ଆର୍ତ୍ତତ୍ରାଣ ଏହି କଠିନ ଘଡିରେ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେଭଳି ବ୍ୟକ୍ତିଙ୍କ ବିରୋଧରେ କଟୁ ଶବ୍ଦ ପ୍ରୟୋଗ କରି ଶସ୍ତା ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ଉଚିତ ବୋଲି ଶ୍ରୀ ସାହୁ କହିଛନ୍ତି।
ଯଦି ବିନା କୌଣସି ଅର୍ଥ ରାଶି କିମ୍ବା ଅନ୍ୟ କିଛି ସୁବିଧା ନେଇ ବାବା ଆର୍ତ୍ତତ୍ରାଣ ମନ୍ତ୍ର ଶକ୍ତି ମାଧ୍ୟମରେ କରୋନା ଭଲ କରିଦେଇପାରିବେ ତେବେ ସରକାର ଓ ପ୍ରଶାସନ ତାଙ୍କୁ ଅନୁମତି ଦେବାରେ ଅସୁବିଧା କେଉଁଠି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। କୁଂ ଫୁ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଆଜି ଏକ ସଂମ୍ବାଦିକ ସମ୍ମିଳନୀ ରେ ସମ୍ପାଦକ ରତନ ସାହୁ, କାଁହୁ ଚରଣ ବଳ, ବନ୍ଧୁ ମହାନ୍ତି, ମାନସ ସାହୁ ପ୍ରମୁଖ ଉପସ୍ଥିତ ରହିଛନ୍ତି।