
ଗଞ୍ଜାମ– ଆଜିଠୁ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ସ୍ଥିତ କୋଭିଡ଼୍ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଛି । ଏହି ପ୍ଲାଜମା ଥେରାପି ଦେଶରେ ବିଶେଷ ଫଳପ୍ରଦ ହୋଇଥିବାରୁ ହଟସ୍ପଟ୍ ଏରିଆ ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଂଚଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ଆରୋଗ୍ୟ ଲାଭ କରିବାର ପ୍ରତିଶତ ଅଧିକ ରହୁଥିବାରୁ ତଥା ଏଥି ସହିତ ବ୍ରହ୍ମପୁର ଏଏମଆଇଟି ହସ୍ପିଟାଲରେ ୧୬ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇ ଏଥିରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ଅଧିକରୁ ଅଧିକ ରୋଗୀ ଏଠାରେ ଚିକିତ୍ସା ସୁବିଧା ପାଇବେ ବୋଲି ଜଣାପଡିଛି । ଏହି ଚିକିତ୍ସାଳୟର ପରିଚାଳନା ଦାୟୀତ୍ୱ ଭୁବନେଶ୍ୱର ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପ୍ରଦାନ କରାଯାଇଛି ।