ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ କେନ୍ଦ୍ରାପଡା, କଟକ, ଗଜପତି, ଜଗତସିଂହପୁର, ଖୋର୍ଧା ତଥା ରାୟଗଡା ଜିଲ୍ଲାର ଜଣେ ଜଣେ ଅଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣା ପଡିଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୬୩ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ, ହାଇପରଟେନସନ ରୋଗରେ ପୀଡିତ ଥିଲେ ।
ସେହିପରି କଟକ ଜିଲ୍ଲାର ଜଣେ ୨୬ ଜଣିଆ ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ ।
ଗଜପତି ଜିଲ୍ଲାର ୬୮ ବର୍ଷୀୟ ବୟସ୍କ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ମଧ୍ୟ ଡାଇବେଟିସ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ ।
ସେହିପରି ଜଗତସିଂହପୁର ଜିଲ୍ଲାର ୫୮ ବର୍ଷୀୟ ଜଣେ ପୁରୁଷଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସେ ଲଙ୍ଗସ କ୍ୟାନସରରେ ପୀଡିତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଖୋର୍ଧା ଜିଲ୍ଲାର ଜଣେ ୭୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି । ରାୟଗଡା ଜିଲ୍ଲାରେ ଜଣେ ୭୪ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛିା ସେ ହାଇପର ଟେନସନରେ ପୀଡିତ ଥିଲେ ।