-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୨୫ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୯୯୧ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୨୯, ବାଲେଶ୍ୱର ଜିଲ୍ଲାରେ ୭୪୪, ବରଗଡ ଜିଲ୍ଲାରେ ୨୭୩, ଭଦ୍ରକ ଜିଲ୍ଲାରେ ୩୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୯୧. ବୌ ଦ୍ଧ ଜିଲ୍ଲାରେ ୭୭, କଟକ ଜିଲ୍ଲାରେ ୧୩୨୭, ଦେବଗଡ ଜିଲ୍ଲାରେ ୬୯, ଢେଙ୍କାନାଳ ଜିଲ୍ଲାରେ ୧୪୨. ଗଜପତି ଜିଲ୍ଲାରେ ୭୧୮ ଜଗତସିଂହପୁର ଜିଲ୍ଲାରେ ୫୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୦୨୩, ଝାରସୁଗୁଡା ଜିଲ୍ଲାରେ ୨୨୬, କଳାହାଣ୍ଡି ଜିଲ୍ଲାରେ ୮୭, କନ୍ଧମାଳ ୨୫୫, କେନ୍ଦ୍ରାପଡା ଜିଲ୍ଲାରେ ୩୬୫, କେନ୍ଦୁଝର ଜିଲ୍ଲାରେ ୪୨୨, ଖୋର୍ଧା ଜିଲ୍ଲାରେ ୨୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୩୯, ମାଲକାନଗିରି ଜିଲ୍ଲାରେ ୩୦୬, ମୟୁରଭଂଜ ଜିଲ୍ଲାରେ ୪୭୧. ନବରଙ୍ଗପୁର ଜିଲ୍ଲାରେ ୧୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୪୪, ନୂଆପଡା ଜିଲ୍ଲାରେ ୧୦୦, ପୁରୀ ଜିଲ୍ଲାରେ ୪୧୬, ରାୟଗଡା ଜିଲ୍ଲାରେ ୨୪୨. ସମ୍ବଲପୁର ଜିଲ୍ଲାରେ ୧୯୪. ସୁବର୍ଣପୁର ଜିଲ୍ଲାରେ ୫୪ ଓ ସୁନ୍ଦରଗଡ ଜିଲ୍ଲାରେ ୮୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।