ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୬୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୮୭୫୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୬୪୭ ଜଣଙ୍କ ମଧ୍ୟରୁ ୪୩୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୧୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୩ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୨୫ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୩୭ , ବାଲେଶ୍ୱର ଜିଲ୍ଲାରେ ୪୦ ଜଣ, ବରଗଡ ଜିଲ୍ଲାରେ ୦୪, ଭଦ୍ରକ ଜିଲ୍ଲାରେ ୧୨ , ବଲାଙ୍ଗୀର ଜିଲ୍ଲାରେ ୫. କଟକ ଜିଲ୍ଲାରେ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୦, ଜଗତସିଂହପୁର ଜିଲ୍ଲାରେ ୭, ଯାଜପୁର ଜିଲ୍ଲାରେ ୨, କନ୍ଧମାଳ ଜିଲ୍ଲାରେ ୫, କେନ୍ଦ୍ରାପଡା ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୮ , ଖୋର୍ଧା ଜିଲ୍ଲାରେ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୨୮ ଜଣ, ମାଲକାନଗିରି ଜିଲ୍ଲାରେ ୧୦, ମୟୁରଭଂଜ ଜିଲ୍ଲାରେ ୩ , ନବରଂଗପୁର ଜିଲ୍ଲାରେ ୨. ନୟାଗଡ ଜିଲ୍ଲାରେ ୪, ରାୟଗଡା ଜିଲ୍ଲାରେ ୪୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।, ସମ୍ବଲପୁର ଜିଲ୍ଲାରେ ୧୦ ଜଣ, ସୋନପୁର ଜିଲ୍ଲାରେ ୧ ତଥା ସୁନ୍ଦରଗଡ ଜିଲ୍ଲାରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।