ଭୁବନେଶ୍ୱର – ମଙ୍ଗଳବାର ଦିନ ଭୁବନେଶ୍ୱରରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିକୁ ନେଲେ ଏହା ହେଉଛି ସର୍ବନିମ୍ନ । ଗତ ସପ୍ତାହରେ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ତଳକୁ ଖସୁ ନଥିଲା । ଏମିତିକି ଜୁଲାଇ ୧୭ ତାରିଖରେ ଗୋଟିଏ ଦିନରେ ୧୨୪ ପଜିଟିଭ୍ ବାହାରିଥିଲେ । ଗତକାଲି ୪୯ ଜଣ ପଜିଟିଭ୍ ରହିଥିଲେ , ଆଜି ଏହି ସଂଖ୍ୟା ୨୧ କୁ ହ୍ରାସ ପାଇଛି । ଏମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଲୋକାଲ କେସ୍ ରହିଛନ୍ତି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା ରହିଛି ୪୯ ।ଏହା ନିଶ୍ଚିନ୍ତ ଭାବେ ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ।
କ୍ୱାରେଂଟାଇନ୍ ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ପୁତ୍ର ରହିଛି । ନୟାପଲ୍ଲୀ ବେହେରାସାହିରୁ ଜଣେ ୨୮ ବର୍ଷ ମହିଳା, ରସୁଲଗଡ ଜିଜିପି କଲୋନୀରୁ ୨୬ ଓ ୪୫ ବର୍ଷର ପୁରୁଷ, ଆମ୍ରି ହସ୍ପିଟାଲ ନିକଟ ଶରଧାପଲି ବସ୍ତିରୁ ୩୩ ବର୍ଷ ପୁରୁଷ, କୋଳଥିଆରୁ ଘରୋଇ ହସ୍ପିଟାଲ ୩୨ ବର୍ଷ ମହିଳା କର୍ମଚାରୀ, ବଡଗଡ ବ୍ରିଟ୍ କଲୋନୀରୁ ୩୮ ବର୍ଷ ପୁରୁଷ, କଳିଙ୍ଗନଗର କେ-୮ ରୁ ଗୋଟିଏ ପରିବାରର ୨୪ ବର୍ଷର ମହିଳା ଓ ୧ ବର୍ଷର ଶିଶୁ ପୁତ୍ର ଆକ୍ରାନ୍ତ ହୋଇଛନ୍ତି । ସେହିପରି ଘରୋଇ ହସ୍ପିଟାଲର ୨୬ ବର୍ଷ କର୍ମଚାରୀ, ୟୁନିଟ୍ ୬ ଭୁବନେଶ୍ୱର କ୍ଲବ୍ ନିକଟରୁ ୩୧ ବର୍ଷ ପୁରୁଷ, ଆଇଆରସି ଭିଲେଜ୍ ଏନ୍ -୩ ରୁ ୫୧ ବର୍ଷ ,ପୁରୁଷ, ଏକ ଘରୋଇ ହସ୍ପିଟାଲରୁ ୩ ପୁରୁଷ କର୍ମଚାରୀ (୫୫,୨୯ ଓ ୨୩ ବର୍ଷ) ଏବଂ ନିଉ ଫରେଷ୍ଟ ପାର୍କ ଅଂଚଳରୁ ୩୮ ବର୍ଷର ମହିଳା ଓ ୧୩ ବର୍ଷର ବାଳିକା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଲୋକାଲ କଂଟାକ୍ଟ ମଧ୍ୟରୁ ସତ୍ୟନଗର କାଳୀ ମନ୍ଦିର ,ନିକଟରୁ ୪୬ ବର୍ଷ ମହିଳା, କୋଳଥିଆରୁ ୮୧ ବର୍ଷ ପୁରୁଷ , ଘରୋଇ ହସ୍ପିଟାଲର ୪୬ ବର୍ଷର କର୍ମଚାରୀ ଏବଂ ଚନ୍ଦକା ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ନିକଟରୁ ଗୋଟିଏ ପରିବାରର ୪୦ ବର୍ଷ ପୁରୁଷ ଓ ୩୫ ବର୍ଷ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ୍ ଙ୍କ ସଂଖ୍ୟା ୧୨୫୨କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରୁ ୬୨୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତମାନ ୬୧୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।