ଭୁବନେଶ୍ୱର– ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଦୁଃଖଦ ମୃତ୍ୟୁରେ ଭାରତ ଜଣେ କିମ୍ବଦନ୍ତୀ ଓ ମହାନ ରାଜନେତାଙ୍କୁ ହରାଇଲା । ଆଧୁନିକ ଭାରତ ଗଠନରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶ କରିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲାଲଜୀ ଟଣ୍ଡନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମଧ୍ୟପ୍ରଦେଶର ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ଲାଲଜୀ ଟଣ୍ଡନଙ୍କ ପରଲୋକ ଖବର ଜାଣି ସେ ଦୁଃଖିତ । ମୁଖ୍ୟମନ୍ତ୍ରୀ ଦିବଂଗତ ନେତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତିି ।