ନୂଆଦିଲ୍ଲୀ– ମଧ୍ୟ ପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାବସାନ ଘଟିଛି । ମଙ୍ଗଳବାର ଦିନ ସକାଳ ୫.୩୫ ମିନିଟରେ ଲକ୍ଷ୍ନୌର ମେଦାନ୍ତା ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପୁଅ ଆଶୁତୋଷ ଟ୍ୱିଟର ମାଧ୍ୟମରେ ତାଙ୍କର ମୃତ୍ୟୁ ସମ୍ପର୍କିତ ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ୮୫ ବର୍ଷୀୟ ଲାଲଜୀ ଟଣ୍ଡନ ଅନେକ ଦିନ ଦିନ ଧରି ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ଜୁନ ମାସ ୧୧ ତାରିଖ ଦିନ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ମେଦାନ୍ତା ହସପିଟାଲରେ ଚିକିତ୍ସା କରା ଯାଉଥିଲ।। ପରବର୍ତି ସମୟରେ ତାଙ୍କର ଲିଭରରେ ସମସ୍ୟା ଦେଖା ଦେଇଥିଲା । ଜୁନ ୧୪ରେ ତାଙ୍କର ଇମରେଜନ୍ସି ଅପରେସନ କରା ଯାଇଥିଲା । ତା ପରେ ତାଙ୍କର ସ୍ଥିତି ଖରାପ ହେବାରୁ ତାଙ୍କୁ ଭେଂଟିଲେଟରରେ ରଖା ଯାଇଥିଲା ।