ମାଲକାନଗିରି -ଦେଶବ୍ୟାପୀ କରୋନା ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି । ରାଜ୍ୟରେ ମଧ୍ୟରେ ହୁ ହୁ ହୋଇ ବଢୁଛି ସଂକ୍ରମଣ ମାମଲା । ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲାରେ କରୋନାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଦେଖିବାକୁ ମିଳିଛି । କ ରୋନା ଯେପରି ଛୁଇଁ ନ ପାରେ ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କୁ ସଲପ ମଦ ଦିଆଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପର୍ସନପାଲ୍ଲୀ ଗାଁରେ ଘଟିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ନ ହେବା ପାଇଁ ପିଲାଙ୍କୁ ଦିଆଗଲା ସଲପ ମଦଛୋଟ ଛୋଟ ପିଲାଙ୍କୁ ଧାଡିରେ ବସାଇ ଦିଆଯାଉଛି ସଲପ ମଦ । ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି ୫ 0 ରୁ ଊର୍ଦ୍ଧ୍ବ ଛୋଟ ଛୋଟ ପିଲା ସଲପ ମଦ ପିଉଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୧୦ ରୁ ୧୨ ବର୍ଷ ମଧ୍ୟରେ ହେବ । ଏଭଳି କରିବା ପଛରେ ପିଲାମାନେ ଯେପରି କରୋନା ଆକ୍ରାନ୍ତ ନହୁଅନ୍ତି ସେଥିପାଇଁ ପ୍ରତିଷେଧକ ଭାବେ ଏହା ଦିଆଯାଇଛି ବୋଲି ଜଣାପଡିଛି ।
Related Stories
November 23, 2024