ଭୁବନେଶ୍ୱର – ଓଡ଼ିଆ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ, ପ୍ରବୀଣ ଅଭିନେତା ତଥା ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବିଜୟ ମହାନ୍ତିଙ୍କ ଅବଦାନ ଅବିସ୍ମରଣୀୟ । ନାୟକ ଓ ଖଳନାୟକ ଭୂମିକାରେ ତାଙ୍କର ଅଭିନୟ ହୃଦୟସ୍ପର୍ଶୀ ଥିଲା । ଜଣେ ସମାଜସେବୀ ଓ ଦରଦୀ ମଣିଷ ଭାବେ ସେ ସମସ୍ତଙ୍କର ପି୍ରୟଭାଜନ ଥିଲେ । ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।
ବାଚସ୍ପତି ଡ. ପାତ୍ର ବିଜୟ ମହାନ୍ତିଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।