ଭୁବନେଶ୍ୱର – ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଥିଲେ ଅନେକରେ ଏକ । ସାରା ଚଳଚ୍ଚିତ୍ର ଶିଳ୍ପ ଥିଲା ତାଙ୍କର ସଂସାର । ଓଡ଼ିଶା ଚଳଚ୍ଚିତ୍ରର ପରିଚୟ ଦେବା ପାଇଁ ତାଙ୍କର ଜୀବନୀ ଓ କୃତିତ୍ୱ ପାଖରେ ପହଞ୍ଚିବାକୁ ଆମେ ବାଧ୍ୟ ହୋଇଥାଉ ଏବଂ ସେ ଆଜି ଆମ ପାଖରେ ନଥିଲେ ବି ତାଙ୍କ ଅଭିନୟର ସ୍ମୃତି ବର୍ତ୍ତମାନ ହୋଇ ବାରମ୍ବାର ଫେରୁଛି ଓ ଫେରିବ ମଧ୍ୟ । ତାଙ୍କର ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି ।
ମନ୍ତ୍ରୀ ଶ୍ରୀ ଦାଶ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।