କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୦/୦୭/୨୦୨୦,ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିପିୟୁଟି ଛାତ୍ରଛାତ୍ରୀ ଙ୍କ ଜୀବନ ର ସୁରକ୍ଷା ପାଇଁ ନିଆଯାଇଥିବା ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଏକ ସମୂହ ଦୀପଦାନ ଦିନ ୪ ଘଟିକା ସମୟରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି । ଏହା ର ମୁଖ୍ୟ ଉଦ୍ଦେଶ୍ୟ ୟୁଜିସି ର ଶିକ୍ଷା ବିରୋଧୀ ନୀତି , ରାଜ୍ୟ ସରକାର ଙ୍କ ର ଛାତ୍ର ବିଭାଗୀକରଣ ଏବଂ ଓଡ଼ିଶା ର ମାନ୍ୟବର ରାଜ୍ୟପାଳଙ୍କ ର ଦାୟିତ୍ବହୀନତା ଏବଂ ବିପିୟୁଟି ର ଅବ୍ୟବସ୍ଥା କିପରି ଭାବେ ୨୫୦୦୦ ବିପିୟୁଟି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କୁ ଅନ୍ଧାର କୁ ଠେଲି ଦେଉଛି, ତା ବିରୁଦ୍ଧରେ ରାଜ୍ୟ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ବିପିୟୁଟି ର ପୂର୍ବତନ ସଭାପତି ଏବଂ ବିପିୟୁଟି ଛାତ୍ରଛାତ୍ରୀ ମାନଙ୍କ ର ପ୍ରତୀକାତ୍ମକ ବିରୋଧ।ତାହା ସହିତ ଆସୁତୋଷ ସାମନ୍ତରାୟ ପୁରୀ ର ସମସ୍ତ ଗଣ ମାଧ୍ୟମ ଏବଂ ଏହାର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶାର ର ଛାତ୍ର ସମାଜ ପାଇଁ ଆପଣ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଓଡ଼ିଶାର ଛାତ୍ର ସମାଜ ର ସ୍ବର କୁ ଶାଣିତ କରିବା ସହ ଛାତ୍ର ସମାଜ କୁ ନ୍ୟାୟ ଦେବା ରେ ସହାୟକ ହେବେ।୨୫୦୦୦ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଜୀବନ ର ସୁରକ୍ଷା ପ୍ରତି ଆପଣ ମାନେ ଦାୟିତ୍ଵବାନ ହେବା ସହ ଏହାକୁ ଗୁରୁତ୍ବ ର ସହ ନେବେ ସହ ଏହାକୁ ପ୍ରକାଶ କରିବେ ବୋଲି ଆଶା ଏବଂ ବିଶ୍ବାସ।ଗଣ ମାଧ୍ୟମ ଏବଂ ଏହାର ପ୍ରତିନିଧି ମାନଙ୍କୁ ଅନୁରୋଧ କରି ଛନ୍ତି ଆସୁତୋଷ ସାମନ୍ତରାୟ (ରାଜ୍ୟ ସଂଯୋଜକ , ପ୍ରଦେଶ ଛାତ୍ର କଂଗ୍ରେସ)
Related Stories
November 22, 2024