
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୦/୦୭/୨୦୨୦,ଆଜି ପବିତ୍ର ଚିତାଲାଗି ଅବସରରେ ଶ୍ରୀକ୍ଷେତ୍ର ମାଟିରେ ଭି.ଆଇ.ପି ରୋଡ ସ୍ଥିତ ଚନ୍ଦନ ହଜୁରୀ ପ୍ରତିମୂର୍ତ୍ତି ନିକଟରେ mcks food for hungary caring heart india ସହିତ ମିଳିତ ଭାବେ କଲିକତାର ଜଗକଲ୍ୟାଣ ପତ୍ରିକା ପରିବାର ତରଫରୁ ମାଗଣାରେ ଜରୁରୀ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା |ଏଥିରେ ୧୫୦ ଟି ରାସନ ପ୍ୟାକେଟ ମଧ୍ୟରେ ଚାଉଳ (୫ କିଲୋ ), ଅଟା (୫ କିଲୋ ), ଚୁଡା (୩ କିଲୋ ), ଡାଲି (୧.୫ କିଲୋ ), ଏବଂ ସାବୁନ ଦିଆଯାଇଥିଲା |ମୁଖ୍ୟତଃ ଗରିବ ଲୋକ ଓ ସମାଜର ଦଳିତ, ବୃଦ୍ଧ ଲୋକ ମାନଙ୍କୁ ଯୋଗାଇ ଦିଆଯାଇଥିଲା |ଯାହାର ସୁପରିଚାଳନା କରିଥିଲେ ଫିଲ୍ମି ଅଭିନେତା ତଥା ଖୁଣ୍ଟିଆ ସେବକ ଶମ୍ଭୁନାଥ ଖୁଣ୍ଟିଆ |ଏହି କାର୍ଯ୍ୟକ୍ରମକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରତିମୂର୍ତ୍ତିରେ ଦୀପ ଦାନ କରି ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ |ଏହି ମହାନ କାର୍ଯ୍ୟରେ ସ୍ବେଛାସେବୀ ବାମଦେବ ପୂଜାପଣ୍ଡା, ଅକ୍ଷୟ ମହାନ୍ତି, ରଞ୍ଜିତ ମହାନ୍ତି ଉପସ୍ଥିତ ରହି ସାମାଜିକ ଦୂରତା ରେ କିପରି ଲୋକମାନେ ଗ୍ରହଣ କରିବେ ସେଥିପ୍ରତି ସଚେତନା ସୃଷ୍ଟି କରିଥିଲେ |