-
ବିଏମ୍ସି ଓ ଗଞ୍ଜାମର ସହରାଞ୍ଚଳସ୍ଥିତି ସଙ୍ଗୀନ
-
୧୮ ସହରରେ ୨୮୦ ୱାର୍ଡ
-
୯୯ ୱାର୍ଡ ଗ୍ରୀନ୍ ଏବଂ ୧୮୧ ୱାର୍ଡ ରେଡ୍ ଜୋନ୍
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର ଏବେ କରୋନାର ବାରୁଦ ଗଦାରେ । ରେଶମ ସହର ବ୍ରହ୍ମପୁରର ୪୦ଟି ୱାର୍ଡକୁ ନେଇ ଗଠିତ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)ର ସ୍ଥିତି ଏବେ ବେହାଲ । ନିଗମର ସମସ୍ତ ୱାର୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରାୟ ୯୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ସଂଖ୍ୟା ହେଲାଣି । ଫଳରେ ବିଏମ୍ସି କର୍ତ୍ତୃପକ୍ଷ ୪୦ଟି ଯାକ ୱାର୍ଡକୁ ରେଡ୍ ଜୋନ୍ ଭାବେ ଘୋଷଣାକରି ସ୍ୱାସ୍ଥ୍ୟ ଯାଞ୍ଚ ଓ ସ୍ୱାବ୍ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଦୈନନ୍ଦିନ ପ୍ରତ୍ୟେକ ସାହିକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଉଛି । ଡାକ୍ତରୀ, ସ୍ୱାସ୍ଥ୍ୟଟିମ୍ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ବି କରୁଛି । ସେହିଭଳି ରାଜ୍ୟର ଅନ୍ୟତମ ବୃହତମ ଜିଲ୍ଲା ଗଞ୍ଜାମ । ଏହି ଜିଲ୍ଲାରେ ୨୨ଟି ବ୍ଲକ ୧୮ ଟି ସହରାଞ୍ଚଳ ସହ ବ୍ରହ୍ମପୁର ମହାନଗର ନିଗମ ରହିଛି । ୨୨ଟି ବ୍ଲକ ମଧ୍ୟରେ ଥିବା ଗ୍ରାମ ମଧ୍ୟରୁ ୮୪ ପ୍ରତିଶତ ଗାଁ ଗ୍ରୀନ ଜୋନ୍ରେ ରହିଥିବା ବେଳେ ୧୬ ପ୍ରତିଶତ ଗାଁ ରେଡ୍ ଜୋନରେ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବ୍ଲକକୁ ଦେଖିଲେ ଜଗନ୍ନାଥପ୍ରସାଦ ଓ ଗଞ୍ଜାମ ବ୍ଲକକୁ ଛାଡ଼ିଦେଲେ ସବୁ ବ୍ଲକ ରେଡ୍ ଜୋନ୍ରେ ରହିଥିବା କୋଭଡ଼୍-୧୯ ଡେସ୍ ବୋର୍ଡ଼ରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାର ସହରାଚଂଳ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜଳି ପୌରାଚଂଳ ଓ ୧୬ଟି ଏନ୍ଏସି ରହିଛି । ବ୍ରହ୍ମପୁର ମହାନଗର ନିଗମ ସମେତ ୧୭ଟି ସହର ସମୁଦାୟ ୨୮୦ ୱାର୍ଡ ମଧ୍ୟରୁ ୯୯ ୱାର୍ଡ ଗ୍ରୀନ ୧୮୧ ୱାର୍ଡ ରେଡ୍ ଜୋନରେ ରହିଥିବା ଡୁଡା(ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ମିିଳଥିବା ସୂଚନା ଅନୁଯାୟୀ, ବିଏମ୍ସିର ୪୦ଟି ୱାର୍ଡ ରେଡ୍ ଜୋନ୍ରେ ରହିଥିବା ବେଳେ ଆସିକା ଏନ୍ଏସିର ୧୮ଟି ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡକୁ ବାଦ ଦେଲେ ସବୁ ରେଡ୍ ଜୋନରେ ରହିଛି । ସେହିପରି ବେଲଗୁଣ୍ଠା ଏନ୍ଏସିର ୧୩ଟି ୱାର୍ଡ ମଧ୍ୟରୁ ୩ଟି ଗ୍ରୀନ ଜୋନ ରହିଥିବା ବେଳେ ବାକି ସବୁ ୱାର୍ଡ ରେଡ୍ ଜୋନରେ ରହିଛି । ଭଞ୍ଜନଗର ଏନ୍ଏସିର ୧୫ୱାର୍ଡ ମଧ୍ୟରୁ ୪ଟି ଗ୍ରୀନ୍ ଜୋନ୍ରେ ରହିଥିବା ବେଳେ ବାକି ସବୁ ରେଡ୍ଜୋନରେ ରହିଛି । ବୁଗୁଡ଼ା ଏନ୍ଏସିର ୧୩ଟି ୱାର୍ଡ ମଧ୍ୟରୁ ୯ଟି ୱାର୍ଡ ଗ୍ରୀନ ଜୋନ୍ରେ ରହିଥିବା ବେଳେ ବାକି ୪ଟି ରେଡ୍ ଜୋନରେ ରହିଛି । ଛତ୍ରପୁର ଏନ୍ଏସିର ୧୪ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡ ଗ୍ରୀନ ଜେନାରେ ରହିଥିବା ବେଳେ ୪ଟି ୱାର୍ଡ ରେଡ୍ ଜୋନରେ ରହିଛି । ଚିକିଟି ଏନ୍ଏସିର ୧୨ଟି ୱାର୍ଡ ମଧ୍ୟରୁ ୭ଟି ୱାର୍ଡ ଗ୍ରୀନ ଓ ୫ଟି ୱାର୍ଡ ରେଡ୍ ଜୋନରେ ରହିଛି । ସେହିପରି ଦିଗପହଣ୍ଡି ଏନ୍ଏସିର ୧୧ଟି ୱାର୍ଡ ମଧ୍ୟରୁ ୨ଟି ଗ୍ରୀନ୍ ଓ ୯ଟି ରେଡ୍ ଜୋନରେ ରହିଛି । ଗଞ୍ଜାମ ଏନ୍ଏସିର ୧୨ଟି ୱାର୍ଡ ମଧ୍ୟରୁ ୭ଟି ଗ୍ରୀନ୍ ଓ ୫ଟି ରେଡ୍ ଜୋନରେ ରହିଛି । ଗୋପାଳପୁର ଏନ୍ଏସିର ୧୧ଟି ୱାର୍ଡ ମଧ୍ୟରୁ ୯ଟା ଗ୍ରୀନ୍ ଓ ୨ଟା ରେଡ୍ ଜୋନରେ ରହିଛି । ହିଞ୍ଜଳିକାଟୁ ପୌରପାଳିକା ୨୧ଟି ୱାର୍ଡ ମଧ୍ୟରୁ ୫ଟି ଗ୍ରୀନ ଓ ୧୬ଟି ରେଡ୍ ଜୋନରେ ରହିଛି । କବିସୂର୍ଯ୍ୟନଗର ଏନ୍ଏସିର ୧୮ଟି ୱାର୍ଡ ମଧ୍ୟରୁ ୬ଟି ଗ୍ରୀନ୍ ଓ ୧୨ଟି ରେଡ୍ ଜୋନରେ ରହିଛି । ଖଲ୍ଲିକୋଟ ଏନ୍ଏସିର ୧୨ଟି ୱାର୍ଡରଚୁ ୮ଟି ଗ୍ରୀନ୍ ଓ ୪ଟି ରେଡ୍ େଏବଂ କୋଦଳା ଏନ୍ଏସିର ୧୩ଟି ୱାର୍ଡରୁ ୯ଟା ଗ୍ରୀନ ଜୋନ ଓ ୪ଟି ରେଡ୍ ଜୋନରେ ରହିଛି । ପୋଲସରା ଏନ୍ଏସିର ୧୯ଟି ୱାର୍ଡ ମଧ୍ୟରୁ ୪ଟି ଗ୍ରୀନ ଓ ୧୫ଟି ରେଡ୍ ଜୋନ, ପୁରୁଷୋତମପୁର ୧୪ଟି ୱାର୍ଡ ମଧ୍ୟରୁ ୫ଟି ଗ୍ରୀନ ଓ ୯ଟି ରେଡ୍, ରମ୍ଭା ଏନ୍ଏସିର ୧୩ଟି ୱାର୍ଡରୁ ୭ଟି ଗ୍ରୀନ୍ ଓ ୬ଟି ରେଡ୍ ଏବଂ ସୋରଡ଼ା ଏନ୍ଏସିର ୧୧ଟି ୱାର୍ଡରୁ ୩ଟି ଗ୍ରୀନ୍ ଓ ୮ଟି ରେଡ୍ ଜୋନରେ ରହିଛି ।