ମୁମ୍ବାଇ– ମହାରାଷ୍ଟ୍ରରେ କରୋନା ଭାଇରସ ଗୋଟିଏ ଦିନରେ ସର୍ବାଧିକ ୯ ହଜାର ୫୧୮ ମାମଲା ଆସିଛି । ଏଥି ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାରରେ ପହଂଚିଛି । ମହାରାଷ୍ଟ୍ରରେ ଦିନକରେ ୨୫୮ ଜଣ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏଥିରୁ ୧୪୯ ଜଣ ହେଉଛନ୍ତି ମୁମ୍ବାଇ ନିବାସୀ ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ, ମୃତକଙ୍କ ସଂଖ୍ୟା ୧୧ ହଜାର ୮୫୪ରେ ପହଂଚିଛି । କିନ୍ତୁ ପ୍ରଥମ ଥର ଦିନକରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଛି । ପୁଣେରେ ୧ ହଜାର ୮୧୨, ମୁମ୍ବାଇରେ ୧୦୩୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୩୮୮ ଜଣ ହୋଇଛି ।
ଋବିବାର ମହାରାଷ୍ଟ୍ରରେ ୨୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୬୪ ଜଣ ହେଉଛନ୍ତି ମୁମ୍ବାଇ ନିବାସୀ । ଥାଣେ ଜିଲ୍ଲାର କଲ୍ୟାଣ ଡୋମ୍ବିୱଲି ଅଂଚଳରେ ଗୋଟିଏ ଦିନରେ ସର୍ବାଧିକ ୪୭୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଥାଣେ ସହରରେ ଏପର୍ଯ୍ୟନ୍ତ ୧୭ ହଜାର ୨୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି ।